Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ପ୍ରଥମ ଥର ଗାଁରେ ଏକାଠି ଜଳିଲା ୩ଜଣଙ୍କ ଚିତା : ଇୟରଫୋନ୍ ଲଗାଇ ରେଲଓ୍ବେ ଟ୍ରାକରେ ୟୁଟ୍ୟୁବ୍ ଭିଡିଓ ଦେଖିବାବେଳେ ଟ୍ରେନରେ କଟିଗଲେ ୩ଯୁବକ

24/07/2020 at 12:27 PM

ଗ୍ରେଟର ନୋଏଡ଼ା ୨୪/୭: ବୋଡ଼ାକି ରେଲଓ୍ବେ ଷ୍ଟେସନ ପାଖରେ ଟ୍ରାକରେ ବସିଥିବା ୩ଜଣ ଯୁବକଙ୍କ ମାଲଗାଡ଼ିରେ କଟି ମୃତ୍ୟୁ ହୋଇଯାଇଛି। ଏମାନଙ୍କ ମଧ୍ୟରୁ ୨ଜଣ ହେଉଛନ୍ତି ନିଜ ଭାଇ ଏବଂ ଅନ୍ୟ ଜଣେ ସେମାନଙ୍କ ମିତ୍ର। ଦୁର୍ଘଟଣାଟି ଗୁରୁବାର ରାତି ପାଖାପାଖି ସାଢ଼େ ଆଠଟାବେଳେ ହୋଇଛି। ୩ଜଣ ଯୁବକ ଇୟରଫୋନ୍ ଲଗାଇ ୟୁଟ୍ୟୁବରେ ଭିଡିଓ ଦେଖୁଥିଲେ।

ଦୁର୍ଘଟଣା ପରେ କିଛି ଦୂର ଯାଇ ମାଲଗାଡ଼ି ରହି ଯାଇଥିଲା ଏବଂ ଚାଳକ ରେଲଓ୍ବେ ଅଧିକାରୀ ଏବଂ ପୋଲିସକୁ ସୂଚନା ଦେଇଥିଲେ। ପରିବାର ଲୋକେ ୩ଜଣଙ୍କ ଖଣ୍ଡ ବିଖଣ୍ଡିତ ଶବର ଅନ୍ତିମ ସଂସ୍କାର ରାତିରେ କରିଥିଲେ।

ଦାଦରିର ବୋଡ଼ାକି ଗାଁ ବାସିନ୍ଦା ଘନଶ୍ୟାମଙ୍କ ପୁଅ ଜିତୁ ଏବଂ ଦୀପକ ସନ୍ଧ୍ୟାରେ ଖାଇ ସାରି ଘରୁ ବାହାରିଥିଲେ। ଦୁହେଁ ଗାଁ ବାସିନ୍ଦା ସୁରଜିତ ପ୍ରଜାପତିଙ୍କ ପୁଅ ସୋନୁଙ୍କ ସହ ଘରଠୁ କିଛି ଦୂରରେ ଥିବା ରେଲଓ୍ବେ ଟ୍ରାକରେ ଯାଇ ବସିଥିଲେ।

୩ଜଣ ଇୟରଫୋନ୍ ଲଗାଇ ୟୁଟ୍ୟୁବରେ ଭିଡିଓ ଦେଖିଥିଲେ। ଏହି ସମୟରେ ଦନକୌର ଆଡ଼ୁ ଆସୁଥିବା ମାଲଗାଡ଼ିର ଚାଳକ ୩ଜଣଙ୍କୁ ଟ୍ରାକରେ ବସିଥିବାର ଦେଖିଥିଲେ। ସେ ଜୋରରେ ହର୍ଣ୍ଣ ବଜାଇଥିଲା,କିନ୍ତୁ କାନରେ ଇୟରଫୋନ୍ ଲାଗିଥିବା ଏବଂ ୩ଜଣଙ୍କ ଧ୍ୟାନ ମୋବାଇଲରେ ଥିବା ଯୋଗୁଁ ସେମାନେ ମାଲଗାଡ଼ିର ଲାଇଟ୍ ଦେଖିପାରିନଥିଲେ କି ହଣ୍ଣ ଶୁଣିପାରିନଥଲେ।

କୁହାଯାଉଛି ଯେ ଚାଳକ ମାଲଗାଡ଼ି ରୋକିବାକୁ ଯଥାସମ୍ଭବ ଉଦ୍ୟମ କରିଥିଲେ କିନ୍ତୁ ୩ଜଣ ଯୁବକଙ୍କ ପାଖରେ ପହଞ୍ଚିବା ଯାଏଁ ମାଲଗାଡ଼ି ଛିଡ଼ା ହୋଇପାରିନଥିଲା ଏବଂ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା।

ଗାଁଲୋକେ କହିଥିଲେ ଯେ ବୋଡ଼ାକି ଗାଁରେ ଦୁର୍ଘଟଣା ପରଠୁ ଶୋକର ଲହରୀ ଖେଳି ଯାଇଛି। ପରିବାରର ମହିଳା ବିକଳଭାବେ କାନ୍ଦିଥିଲେ ଏବଂ ଅନେକ ଲୋକ ଏକତ୍ରିତ ହୋଇ ଯାଇଥିଲେ। ଗାଁଲୋକେ କୌଣସି ପୋଲିସ୍ କାର୍ଯ୍ୟାନୁଷ୍ଠାନ ଏବଂ ପୋଷ୍ଟମର୍ଟମ ବିନା ୩ଜଣଙ୍କ ଶବକୁ ଅନ୍ତିମ ସଂସ୍କାର କରିଥିଲେ। ଗାଁଲୋକେ କହିଥିଲେ ଯେ ପ୍ରଥମ ଥର ଗାଁରେ ଏକାଠି ୩ଜଣଙ୍କ ଚିତା ଜଳୁଛି।

   Related Posts