ନିର୍ବାଚନ ଯୁଦ୍ଧରେ ହାରିଗଲେ ବଲାଙ୍ଗିରର ଦୁଇ ରାଜକୁମାର-ଅର୍କେଶ ଓ କଳିକେଶ

Published By : Prameya-News7 Bureau | May 24, 2019 IST

ଭୁବନେଶ୍ବର ୨୪।୫: ବଲାଙ୍ଗୀର ରାଜପରିବାରର ଦୁଇ ରାଜକୁମାର ତଥା ପୂର୍ବତନମନ୍ତ୍ରୀ ଅନଙ୍ଗ ଉଦୟ ସିଂଦେଓଙ୍କ କଳିକେଶ ନାରାୟଣ ସିଂଦେଓ ଓ ଅର୍କେଶ ନାରାୟଣ ସିଂଦେଓ ବିଜେଡି ଟିକେଟ୍‌ରୁ ଯଥାକ୍ରମେ ବଲାଙ୍ଗୀର ଲୋକସଭା ଓ ବଲାଙ୍ଗୀର ବିଧାନସଭାରୁ ପ୍ରାର୍ଥୀ ହୋଇଥିଲେ । କିନ୍ତୁ ଭୋଟର ଉଭୟଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି ।

ବଲାଙ୍ଗିର ଲୋକସଭା ପାଇଁ ବିଜେଡି ଟିକେଟ୍ ରୁ କଳିକେଶ ନାରାୟଣ ସିଂଦେଓ ନିର୍ବାଚନ ଲଢିଥିବା ବେଳେ ତାଙ୍କ ବିପକ୍ଷରେ ବିଜେପି ଟିକେଟ୍‌ରୁ ପ୍ରାର୍ଥୀ ହୋଇଥିଲେ ତାଙ୍କ ଭାଉଜ ତଥା ପାଟଣାଗଡ ରାଣୀ ସଙ୍ଗୀତା ସିଂଦେଓ । ତେବେ ସଙ୍ଗୀତା ବଲାଙ୍ଗିର ଲୋକସଭା ଆସନରେ କଳିକେଶଙ୍କୁ ୧୯ହଜାର ୫୧୬ ଖଣ୍ଡ ଭୋଟରେ ପରାସ୍ତ କରି ବିଜୟୀ ହୋଇଛନ୍ତି । ସଙ୍ଗୀତା ୪୯୮୦୮୬ଖଣ୍ଡ ଭୋଟ୍ ପାଇଥିବାବେଳେ କଳିକେଶ ୪୭୮୫୭୦ ଖଣ୍ଡ ଭୋଟ୍ ପାଇଥିଲେ । ଏଠାରେ କଂଗ୍ରେସ ବିରୋଧୀଦଳ ନେତା ତଥା ବଲାଙ୍ଗିର ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ନରସିଂହ ମିଶ୍ରଙ୍କ ପୁଅ ସମରେନ୍ଦ୍ର ମିଶ୍ରଙ୍କୁ ପ୍ରାର୍ଥୀ କରିଥିଲା । ସମରେନ୍ଦ୍ର ୨୭୧୦୫୬ଖଣ୍ଡ ଭୋଟ୍ ପାଇଛନ୍ତି ।ସୂଚନାଯୋଗ୍ୟ ଯେ, ୨୦୧୪ରେ ସଂଗୀତାଙ୍କୁ କଳିକେଶ ପରାସ୍ତ କରି ଏହି ଆସନରୁ ବିଜେୟୀ ହୋଇଥିଲେ ।  

ଅନ୍ୟପଟେ ବଲାଙ୍ଗିର ବିଧାନସଭା ଆସନରେ ବିଜେଡିରୁ ପ୍ରାର୍ଥୀ ହୋଇଥିଲେ କଳିକେଶ ନାରାୟଣ ସିଂଦେଓଙ୍କ ଭାଇ ଅର୍କେଶ ନାରାୟଣ ସିଦେଓ । ତାଙ୍କୁ ମଧ୍ୟ ପରାଜୟର ସ୍ବାଦ ଦେଇଛନ୍ତି ଭୋଟର । କଂଗ୍ରେସ ପ୍ରାର୍ଥୀ ତଥା ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଠାରୁ ୫ହଜାର ୩୪୧ଖଣ୍ଡ ଭୋଟ୍ ରେ ସେ ପରାସ୍ତ ହୋଇଛନ୍ତି । ଏଠାରେ ନରସିଂହ ମିଶ୍ର ୭୧ହଜାର ୫୯୮ଖଣ୍ଡ ଭୋଟ୍ ପାଇଥିବାବେଳେ ଅର୍କେଶ ନାରାୟଣ ସିଂଦେଓ ୬୬ହଜାର ୨୫୭ଖଣ୍ଡ ଭୋଟ୍ ପାଇଥିଲେ । ବିଜେପି ଏଠାରେ ଅନନ୍ତ କୁମାର ଦାସଙ୍କୁ ପ୍ରାର୍ଥୀ କରିଥିଲା । ଅନନ୍ତ ୨୮ହଜାର ୯୨୪ଖଣ୍ଡ ଭୋଟ୍ ପାଇଛନ୍ତି ।ଅର୍କେଶ ପ୍ରଥମ ଥର ପାଇଁ ନିର୍ବାଚନ ମଇଦାନଙ୍କୁ ଓହ୍ଲାଇଥିଲେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.