ମହାନଦୀରେ ବୁଡି ଦୁଇ ଭାଇଙ୍କ ଜୀବନ ଗଲା, ବଡକୁ ବଞ୍ଚାଇବାକୁ ଯାଇଥିଲେ ସାନ

Published By : Prameya-News7 Bureau | May 31, 2020 IST

ବୌଦ୍ଧ ୩୧।୫: ମହାନଦୀରେ ବୁଡି ଯାଉଥିବା ବଡ ଭାଇର ଜୀବନ ବଞ୍ଚାଇବାକୁ ଯାଇ ସାନ ଭାଇର ଜୀବନ ଗଲା । ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅରଖପଦର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

{"id":278881,"sizeSlug":"large"}

ସୂଚନାଯୋଗ୍ୟ ଯେ, ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅରଖପଦର ଗାଁ ଦୁଇ ଭାଇ ଆଶିଷ ପ୍ରଧାନ ଓ ତୋଫାନ ପ୍ରଧାନ ଗାଧୋଇବା ପାଇଁ ମହାନଦୀକୁ ଯାଇଥିଲେ । ଗାଧୋଇବା ସମୟରେ ହଠାତ୍ ବଡ ଭାଇ ଆଶିଷ ମହାନଦୀର ପ୍ରଖର ସ୍ରୋତରେ ବୁଡି ଯାଇଥିଲେ । ଜୀବନ ରକ୍ଷା କରିବା ପାଇଁ ବିକଳରେ ଚିତ୍କାର କରିଥିଲେ ।

{"id":278882,"width":576,"height":324,"sizeSlug":"large"}

ଏହାଦେଖି ସାନ ଭାଇ ତୋଫାନ ବଡ ଭାଇର ଜୀବନ ବଞ୍ଚାଇବା ନଦୀକୁ ଡେଇଁ ପଡିଥିଲେ । ହେଲେ ମହାନଦୀର ପାଣିର ସ୍ରୋତରେ ଦୁଇ ଭାଇଙ୍କ ମୃତ୍ୟୁ ହୋଇଛି । ଖବର ପାଇ ହରଭଙ୍ଗା ଦମକଳ ବାହିନୀ ଘଟଣାସ୍ଥଳରୁ ଦୁଇ ଭାଇଙ୍କ ମୃତଦେହ ଉଦ୍ଧାର କରିଛି । ହରଭଙ୍ଗା ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟ ପଠାଇବା ସହ ଅଧିକ ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.