୧୫ବର୍ଷ ପରେ ଚୂଡାନ୍ତ ରାୟ : ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ୨ ଭାଇଙ୍କୁ ଆଜୀବନ କାରାଦଣ୍ଡାଦେଶ

Published By : Prameya-News7 Bureau | September 20, 2021 IST

ପୁରୀ ୨୦।୯: ୨୦୦୬ ମସିହାରେ ପୁରୀ ଚୁଡଙ୍ଗ ସାହୀ ମାତାଗୋସେଇଁ ଲେନ୍ ରୂପକ ଦାସ ହତ୍ୟାକାଣ୍ଡ ମାମଲାରେ ହତ୍ୟାକାରୀ ଦୁଇ ଭାଇଙ୍କୁ ଆଜୀବନ କାରାଦଣ୍ଡାଦେଶ । ଫାଷ୍ଟ ସେସନସ ଜଜଙ୍କ କୋର୍ଟ ଶୁଣାଇଲେ ଆଜୀବନ କାରାଦଣ୍ଡାଦେଶ । ୧୫ବର୍ଷ ପରେ ମିଳିଲା ମାମଲାର ଚୂଡାନ୍ତ ରାୟ । ଆଜୀବନ ଦଣ୍ଡାଦେଶ ପାଇଥିବା ଅଭିଯୁକ୍ତ ଦୁଇ ଭାଇ ହେଲେ ସଂଜୟ ସାହୁ ଓ ରଞ୍ଜୟ ସାହୁ । ୨୦୦୮ରେ ରଞ୍ଜୟ ସାହୁକୁ ଆଜୀବନ ଦଣ୍ଡାଦେଶ ମିଳିଥିବା ବେଳେ ୨୦୧୪ରେ ଗିରଫ ହୋଇଥିବା ଅନ୍ୟ ଅଭିଯୁକ୍ତ ସଂଜୟ ସାହୁକୁ ଆଜି ଦଣ୍ଡାଦେଶ କରାଯାଇଛି । ୨୦୦୬ ଡିସେମ୍ବର ୧୮ରେ ରୂପକ ଦାସକୁ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଘରୁ ଡାକି ନେଇ ହତ୍ୟା କରାଯାଇଥିଲା। ଘଟଣାସ୍ଥଳରୁ ଅଭିଯୁକ୍ତ ରଞ୍ଜୟ ସାହୁକୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଅଭିଯୁକ୍ତ ସଂଜୟ ସାହୁ ଫେରାର ହୋଇଯାଇଥିଲା। ୨୦୧୪ ରେ ସଂଜୟ ସାହୁକୁ ଟାଉନଥାନା ପୋଲିସ ଗିରଫ କରିଥିଲା। ଏହି ମାମଲାର ତତ୍କାଳୀନ ଟାଉନଥାନା ଇନ୍ସପେକ୍ଟର ଅଲେଖ ଚନ୍ଦ୍ର ପହି ତଦନ୍ତକାରୀ ଅଧିକାରୀ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.