Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

କରୋନାର କାରୁଣ୍ୟ ଚିତ୍ର : ୧୮ ଦିନ ମଧ୍ୟରେ ଚାଲିଗଲା ୨ ଭାଇଙ୍କ ଜୀବନ, ପରିବାର ଉପରେ ଛିଡିପଡିଲା ଦୁଃଖର ପାହାଡ଼

10/10/2020 at 9:55 AM

ନୀଳଗିରି ୧୦।୧୦: ପରିବାର ଉପରେ ପଡିଲା କରୋନା କଳା ବାଦଲ । ୧୮ ଦିନରେ ମଧ୍ୟରେ ଗୋଟିଏ ପରିବାରର ୨ଭାଇଙ୍କ ମୃତ୍ୟୁ ହୋଇଛି । ପ୍ରଥମେ ବଡ଼ ଭାଇ ପରେ ସାନ ଭାଇଙ୍କ ମୃତ୍ୟୁ ହୋଇଛି । ୧୮ ଦିନ ତଳେ ବଡ଼ ଭାଇ କରୋନା ସଂକ୍ରମିତ ହୋଇ ମୃତ୍ୟୁବରଣ କରିଥିଲେ, କିନ୍ତୁ ଏହାର କିଛି ଦିନ ପରେ ସାନଭାଇର ମଧ୍ୟ ମୃତ୍ୟୁ ହୋଇଛି । ବାଲେଶ୍ୱର ଜିଲ୍ଲା  ଔପଦା ବ୍ଲକ ସନ୍ତରାଗଡ଼ିଆ ଅଞ୍ଚଳରେ ଘଟିଛି ଏହି ଦୁଃଖଦ ଘଟଣା ।   

ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ଅଧିନ ପଞ୍ଚଲିଙ୍ଗେଶ୍ୱର କଲେଜର କାର୍ଯ୍ୟରତ କର୍ମଚାରୀ ସନ୍ତରାଗଡ଼ିଆ ଅଞ୍ଚଳର ଅନନ୍ତ ପାଣିଗ୍ରାହୀ କୋଭିଡ ସଂକ୍ରମଣ ହୋଇଥିଲେ । ପରେ ସେ ଚିକିତ୍ସା ନିମନ୍ତେ ବାଲେଶ୍ୱର ମେଡିକାଲରେ ଭର୍ତ୍ତି ହୋଇଥିଲା । କିନ୍ତୁ ସେଠାରେ ଗତମାସ ୨୨ ତାରିଖ ଦିନ ତାଙ୍କର ମୃତ୍ୟୁ ହୋଇଥିଲା । ଏବେ ପୁଣି ତାଙ୍କ ସାନଭାଇ ରାଧାଗୋବିନ୍ଦ ପାଣିଗ୍ରାହୀ (୪୩)ଙ୍କ ମୃତ୍ୟୁ ହୋଇଛି । ସେ ସ୍ଥାନୀୟ ଇଟାଭାଟିରେ ମ୍ୟାନେଜର ଭାବେ କାର୍ଯ୍ୟରତ କରୁଥିବା ବେଳେ କିଛିଦିନ ତଳେ କରୋନାରେ ଆକ୍ରାନ୍ତ ହୋଇଥିଲା ।

ସଂକ୍ରମିତ ହେବା ପରେ ତାଙ୍କୁ ବାଲେଶ୍ଵର କୋଭିଡ ହସ୍ପିଟାଲରେ ଭର୍ତି କରାଯାଇଥିଲା। ଶୁକ୍ରବାର ଦିନ ସ୍ୱାସ୍ଥ୍ୟଵସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। କିନ୍ତୁ ସେଠାରେ ସେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ତେବେ ଅଳ୍ପ କେଇଦିନ ଭିତରେ ଗୋଟିଏ ପରିବାରର ଦୁଇଭାଇଙ୍କର କରୋନାରେ ମୃତ୍ୟୁ ହେବା ପରେ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

   Related Posts