Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋଆରେ ଏନସିପି-ଶିବସେନାର ହାତ ଛାଡିଦେଲା କଂଗ୍ରେସ, କହିଲା-‘ଆମର ଏକାକି ଜିତିବା କ୍ଷମତା ଅଛି’
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୧୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୯୧ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୩୬୮ କୋଭିଡ୍ ପଜିଟିଭ୍, ୧୧୭୭୪୬୨ରେ ପହଞ୍ଚିଲା ସଂଖ୍ୟା
  • ||
  • କ୍ୟାପ୍ଟେନ୍ ନୁହେଁ କିନ୍ତୁ ଜୋଶ୍ ଏବେବି ଅଛି : ଦକ୍ଷିଣ ଆଫ୍ରିକା ଅଧିନାୟକଙ୍କ ସହ ମୁହାଁମୁହିଁ ହେଲେ କୋହଲି
  • ||
  • ପ୍ରଚାର ବେଳେ ବିଜେପି ପ୍ରାର୍ଥୀ ହଟହଟା, ତଡିଦେଲେ ଗାଁ ଲୋକେ
  • ||
  • ଚୌଦ୍ୱାର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ ଓ ଲୁଟ୍ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି
  • ||

କରୋନା ବିରୋଧୀ ଲଢେଇ ପାଇଁ ଆଗେଇ ଆସିଲେ ଦୁଇ ଭାଇ : ନିଜସ୍ୱ ଉଦ୍ୟମରେ ନିର୍ମାଣ କଲେ ଟନେଲ, ଆଜି ପୌର କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର

18/04/2020 at 1:52 PM

ଆନନ୍ଦପୁର ୧୮।୦୪:  ସାରା ବିଶ୍ୱ ଏବେ କରେନାକୁ ନେଇ ତ୍ରାହି ତ୍ରାହି କରୁଥିବା ସମୟରେ ଦେଶକୁ ଲକଡାଉନ୍ ରଖାଯାଇଛି ।  ସମାଜିକ ଦୂରତା ଓ ଲକଡାଉନ୍ ନିୟମ ପାଳନ କଲେ କରୋନା ବିରୋଧରେ ଏହି ଯୁଦ୍ଧରେ ବିଜୟ ହୋଇପାରିବା ବୋଲି  ଆଶା ରହିଛି । ଲୋକଙ୍କ ସୂରକ୍ଷାପାଇଁ ଡାକ୍ତର , ନର୍ସ , ପାରାମେଡିକାଲ କର୍ମଚାରୀ,  ପୋଲିସ ଭଳି ଅନେକ ବିଭାଗର କର୍ମଚାରୀ ମାନେ ନିଜ ଜୀବନକୁ ବାଜିଲଗାଇ ଦିନ ରାତି ସେବା ଯୋଗାଇ ଚାଲିଛନ୍ତି ।

ଲକ୍ ଡାଉନ୍ ସମୟରେ ଘରେ ରହି କିପରି ଏଭଳି ଆଗଧାଡିର ଯୋଦ୍ଧାଙ୍କୁ ସାହାଯ୍ୟ କରିହେବ ସେହିଭଳି ଚିନ୍ତାଧାରା ନେଇ ଦୁଇ ଭାଇ ନିର୍ମାଣ କଲେ କରିଛନ୍ତି ଡିସ୍ଇନ୍ଫେକଟେଡ ଟନେଲ । ଆନନ୍ଦପୁର ପୌରପରିଷଦ ୨ନଂ ଓ୍ବାର୍ଡ ପଦ୍ମପୁର ଗାଁ ର ଦୁଇଭାଇ ଜିତେନ୍ଦ୍ର କୁମାର ସାହୁ ଓ ହରିହର ସାହୁ ।

ଦୁଇ ଭାଇ ଏହି ଟନେଲ ନିର୍ମାଣ କରିବାକୁ ୩ଦିନ ସମୟ ଲାଗିଥିବା ବେଳେ ନିଜସ୍ୱ ଅର୍ଥରେ ଏହାକୁ ନିର୍ମାଣ କରାଯାଇଛି । ନିର୍ମାଣ ପରେ ଆଜି ଏହାକୁ ପୌର କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯିବ । ଏହି ଟନେଲ ବ୍ୟକ୍ତିର ବାହ୍ୟ ଶରୀରକୁ  ସଂମ୍ପୁର୍ଣ୍ଣ ବିଶୋଧନ କରିପାରିବ ।  ଡାକ୍ତରଖାନା, ପୋଲିସ ଷ୍ଟେସନର ଭଳି ଜାଗାରେ ଏହାକୁ ବ୍ୟବହାରରେ ଲଗାଯାଇପାରିବ ।

   Related Posts