ଘୋଡ଼ାରେ ବସି ବାହା ବେଦୀକୁ ପ୍ରଶେସନ କରି ଆସିଲେ କନିଆଁ

Published By : Prameya-News7 Bureau | January 25, 2020 IST

ଖଣ୍ଡଓ୍ବା ୨୫/୧: ମଧ୍ୟପ୍ରଦେଶର ଖଣ୍ଡଓ୍ବାରେ ଏକ ବିଚିତ୍ର ବିବାହ ଦେଖିବାକୁ ମିଳିଛି । ଏହି ବିବାହରେ ବ୍ୟାଣ୍ଡ ,ବାଜା,ବରଯାତ୍ରୀ ସମସ୍ତେ ଥିଲେ କିନ୍ତୁ ବର କେଉଁଠି ନଜର ଆସିନଥିଲେ। ପ୍ରକୃତରେ, ଏହି ବିବାହରେ ବର ନୁହେଁ ବରଂ କନିଆଁ ଘୋଡ଼ାରେ ବସି ହାତରେ ଖଣ୍ଡା ଧରି ନିଜ ବର ପାଖକୁ ପହଞ୍ଚିଥିଲେ। ଆଶ୍ଚର୍ଯ୍ୟର କଥା ଏହିକି ଯେ ଏହି ବିବାହରେ ଜଣେ ନୁହେଁ ବରଂ ୨-୨ଜଣ କନିଆଁ ଅଲଗା ଅଲଗା ଘୋଡ଼ାରେ ବସିଥିଲେ।

ଖଣ୍ଡଓ୍ବାରେ ଦୁଇ ଭଉଣୀଙ୍କ ବରଯାତ୍ରୀ ଖୁବ୍ ଧୁମଧାମରେ ଘରୁ ବାହାରିଥିଲେ। ଏହି ଦୁଇ କନିଆଁ ଘୋଡ଼ା ପିଠିରେ ବସି ବର ଘରକୁ ବରଯାତ୍ରୀରେ ଯାଇଥିଲେ। ଏମାନଙ୍କ ବିବାହର ପୂରା ଆୟୋଜନ ସାମାଜିକ ସନ୍ଦେଶ ଦେଉଥିଲା। କନିଆଁଙ୍କ ପରିବାର ପରିବେଶ ସୁରକ୍ଷା ଏବଂ ସ୍ବଚ୍ଛତା ବଜାୟ ରଖିବା ପାଇଁ ରୁମାଲରେ ନିମନ୍ତ୍ରଣ ପତ୍ର ଛାପିଥିଲେ। ବରଙ୍କ ପରିବାର ଆଧାର କାର୍ଡ଼ ଭଳି ନିମନ୍ତ୍ରଣ ପତ୍ର ଛାପିଥିଲେ ଏବଂ ଲୋକଙ୍କ ଗହଣରେ ବେଟି ବଚାଓ ବେଟି ପଢ଼ାଓ ସନ୍ଦେଶ ଦେଇଥିଲେ।

ଏହି ଦୁଇ ଭଉଣୀଙ୍କ ନାଁ ସାକ୍ଷୀ ଏବଂ ସୃଷ୍ଟି। ହାତରେ ଝାନ୍ସି ରାଣୀ ଭଳି ଖଣ୍ଡା ଧରି ଦୁହେଁ ତାଙ୍କ ବରଙ୍କ ଘରକୁ ବରଯାତ୍ରୀ ନେଇ ପହଞ୍ଚିଥିଲେ। ଅଧିକାଂଶ ସମାଜରେ ଯୁବକଙ୍କ ବିବାହ ଧୁମଧାମରେ ବାହାରିଥାଏ କିନ୍ତୁ ପାଟିଦାର ସମାଜରେ ଯୁବତୀଙ୍କ ବରଯାତ୍ରୀ ଧୁମଧାମରେ ବାହାରିଥାଏ।

ପାଟିଦାର ସମାଜର ଏହି ପରମ୍ପରା ଦୀର୍ଘଦିନର ପୁରୁଣା ଏବଂ ଯାହା ଆଜି ବି ପ୍ରଚଳିତ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.