ଗାଧୋଉଥିବାବେଳେ ବିରୂପା ନଦୀରେ ବୁଡି ଦୁଇ ଛାତ୍ର ନିଖୋଜ
14/03/2019 at 3:18 PM

କେନ୍ଦ୍ରାପଡା ୧୪|୩ : କେନ୍ଦ୍ରାପଡା ଜିଲ୍ଲା ଛୋଟି ଗ୍ରାମର ଦୁଇ ଜଣ ଛାତ୍ର ବିରୂପା ନଦୀକୁ ଗାଧୋଇବାକୁ ଯାଇ ବୁଡି ଯାଇଛନ୍ତି | ନିଖୋଜ ଛାତ୍ର ଦୁଇ ଜଣ ହେଉଛନ୍ତି ଦିବ୍ୟଜ୍ୟୋତି ପ୍ରଧାନ ଓ ଆକାଶ ଦାସ | ଉଭୟଙ୍କ ର ଏଯାଏଁ କୌଣସି ପତ୍ତା ମିଳିନାହିଁ | ଉଦ୍ଧାର କାର୍ଯ୍ୟରେ କେନ୍ଦ୍ରାପଡା ଓ ଡେରାବିଶ ଅଗ୍ନିଶମ ବିଭାଗର କର୍ମଚାରୀ ନିୟୋଜିତ ହୋଇଛନ୍ତି | ଦିବ୍ୟଜ୍ୟୋତି ଓ ଆକାଶ ନିକଟରେ ମାଟ୍ରିକ ପରୀକ୍ଷା ଦେଇଥିଲେ | ଉଭୟ ସାଙ୍ଗ ହୋଇ ଆଜି ବିରୂପା ନଦୀକୁ ଗାଧୋଇବା ପାଇଁ ଯାଇଥିଲେ | ତେବେ ଗଭୀର ପାଣିରେ ତାଙ୍କ ଗୋଡ ଖସିଯିବାରୁ ଉଭୟ ବୁଡି ଯାଇଥିବା ପ୍ରତ୍ୟକ୍ଷଦର୍ଶୀ ସୂଚନା ଦେଇଛନ୍ତି | ଉଦ୍ଧାର କାର୍ଯ୍ୟ ଜାରି ରହିଛି |
Related Posts
କମିବ ଶୀତ, ୨୯ରେ ହାଲୁକା ବର୍ଷା ସମ୍ଭାବନା
26 January 2021