ପୁରୁଷ ପ୍ରେମିକଙ୍କ ପାଇଁ ଲିଙ୍ଗ ପରିବର୍ତ୍ତନ କରିଲେ ଯୁବକ: ଧୂମଧାମରେ ହେଲା ବାହାଘର

Published By : Prameya-News7 Bureau | October 30, 2018 IST

ଜଲପାଇଗୁଡ଼ି ୩୦/୧୦: ପ୍ରେମ ପାଇଁ କିଛି ବି କରିବାକୁ ରାଜି। ଏହି କଥାକୁ ସତ୍ୟରେ ରୂପାନ୍ତରିତ କରି ଦେଖାଇଛନ୍ତି  ଅନିକ ଏବଂ ସଗ୍ନିକ। କୋଲକାତାରେ ଦୁଇ ଜଣ ଏକା ସାଙ୍ଗରେ ମଡେଲିଂ କରୁଥିଲେ। ଏକାଠି କାମ କରୁ କରୁ ଦୁଇଜଣଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ସୃଷ୍ଟି ହୋଇଥିଲା। ପ୍ରେମ ଏତେ ଅନ୍ଧ ଥିଲା ଯେ, ଦୁଇ ଜଣ ବିବାହ କରି ସୁଖୀ ଦାମ୍ପତ୍ୟ ଜୀବନ ଅତିବାହିତ କରିବାକୁ ଚାହିଁଥିଲେ।  କିନ୍ତୁ ସମଲିଙ୍ଗୀ ହୋଇଥିବା କାରଣରୁ ଘର ଲୋକଙ୍କ ଇଛ୍ଛା ବିରୁଦ୍ଧରେ ବିବାହ କରିବାରେ ମଧ୍ୟ ସମସ୍ୟା ଉପୁଜିଥିଲା। ତେଣୁ ଅନିକ ନିଜର ଲିଙ୍ଗ ପରିବର୍ତ୍ତନ କରି ପୁରୁଷରୁ ମହିଳା ହୋଇଥିଲେ ଏବଂ ଦୁଇଜଣ ବିବାହ କରିଥିଲେ। ଅନିକ ନିଜର ନାଁ ପରିବର୍ତିତ କରି ଏନି ରଖିଦେଇଛନ୍ତି। ସୋମବାର ଦୁଇଜଣଙ୍କ ଘର ଲୋକଙ୍କ ସହମତିରେ ଜଲପାଇଗୁଡ଼ିର ଟାଉନ୍ କ୍ଲବର ବିବାହ ମଣ୍ଡପରେ ରୀତିନୀତି ସହ ଅନିକ ଓରଫ ଏନି ଏବଂ ସଗ୍ନିକଙ୍କ ବିବାହ ଅନୁଷ୍ଠିତ ହୋଇଥିଲା। ଏହି ବିବାହକୁ ନେଇ ଜଲପାଇଗୁଡ଼ିରେ ହଇଚଇ ସୃଷ୍ଟି ହୋଇଥିଲା। ଦୁଇ ଜଣଙ୍କ ମଧ୍ୟରେ ଅଢ଼େଇ ବର୍ଷରୁ ପ୍ରେମ ସମ୍ପର୍କ ସୃଷ୍ଟି ହୋଇଥିଲା। ପ୍ରଥମେ ଦୁଇଜଣଙ୍କ ଘର ଲୋକେ ଏହି ବିବାହ ପାଇଁ ଜମାରୁ ରାଜି ହେଉନଥିଲେ। କିନ୍ତୁ ଅନିକ ତାଙ୍କ ଅପରେସନର ଖର୍ଚ୍ଚ ନିଜେ ଉଠାଇଥିଲେ। ଏହା ପରେ ସେମାନଙ୍କ ଖୁସି ପାଇଁ ଘର ଲୋକେ ରାଜି  ହୋଇଥିଲେ। ଅନିକ ଏବଂ ସଗ୍ନିକଙ୍କ କହିବାନୁଯାୟୀ ସେମାନେ ବର୍ତ୍ତମାନ ଏକ ସୁଖୀ ଦାମ୍ପତ୍ୟ ଜୀବନ ଆରମ୍ଭ କରିବାକୁ ଯାଉଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.