ହଷ୍ଟେଲ ୱାର୍ଡେନଙ୍କ ଦାଦାଗିରି : ଅନ୍ତେବାସୀଙ୍କୁ ନିସ୍ତୁକ ମାଡ ମାରିବାର ଭିଡିଓ ଭାଇରାଲ୍
19/08/2019 at 11:45 AM

ଭୁବନେଶ୍ବର ୧୯|୮: ହଷ୍ଟେଲ ୱାର୍ଡେନଙ୍କ ଦାଦାଗିରି । ଛାତ୍ରାବାସରେ ରହୁଥିବା ୨ ଅନ୍ତେବାସୀଙ୍କୁ ନିସ୍ତୁକ ମାଡ ମାରୁଛନ୍ତି ହଷ୍ଟେଲର ୱାର୍ଡେନ । ଯାହାର ଭିଡିଓ ଭାଇରାଲ୍ ହୋଇ ସୋସିଆଲ୍ ମିଡିଆରେ ଘୁରି ବୁଲୁଛି ।
ଭୁବନେଶ୍ବର ସ୍ଥିତ ଖଣ୍ଡଗିରି ଥାନା ଅଧୀନରେ ଥିବା ଗାନ୍ଧି ବିଜ୍ଞାନ ଆବାସିକ ବିଦ୍ୟାଳୟ ହଷ୍ଟେଲରେ ଦେଖିବାକୁ ମିଳିଛି ଏଭଳି କିଛି ଦୃଶ୍ୟ । ବାଡି ଧରି ଜଣେ ଛାତ୍ରଙ୍କୁ ପିଟୁଛନ୍ତି ୱାର୍ଡେନ । ଏହି ଭିଡିଓ ଭାଇରାଲ୍ ହେବା ପରେ ସବୁ ମହଲରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।
ଘଟଣାକୁ ସ୍ବୀକାର କରିବା ସହ ୱାର୍ଡେନ ବିଶ୍ବରଞ୍ଜନ ରଣାଙ୍କ ନାଁରେ ଥାନାରେ ଏତଲା ଦେଇଛନ୍ତି କଲେଜ ଅଧ୍ୟକ୍ଷ । ଖଣ୍ଡଗିରି ପୋଲିସ ହଷ୍ଟେଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।