Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରୋଡ୍ ରୋମିଓଙ୍କୁ ଉତ୍ତମ ମଧ୍ୟମ, ପିଛା କଲେ ଛାତ୍ରୀଙ୍କଠାରୁ ଛେଚା ଖାଇଲେ, ଭାଇରାଲ ହେଲା ଭିଡିଓ

9/09/2019 at 11:55 AM

ଭୁବନେଶ୍ବର୯|୯: ରୋଡ୍ ରୋମିଓଙ୍କୁ ଉତ୍ତମ ମଧ୍ୟମ । ଛାତ୍ରୀଙ୍କୁ ପିଛା କରି ଶେଷରେ ସେହି ଛାତ୍ରୀଙ୍କୁ ଠାରୁ ଛେଚା ଖାଇଲେ  ଯୁବକ । ତେବେ ଏଭଳି ଘଟଣା ଘଟିଛି ରାଜଧାନୀର ଜଗନ୍ନାଥ ନଗରରେ । ଘଟଣାଟି ଏପରିକି ଥିଲା ଯେ, ଗତକାଲି ଜଣେ ବିଟେକ୍‌ ଛାତ୍ରୀ ରାସ୍ତାରେ ଗାଡି ନେଇ ଯାଉଥିବା ବେଳେ ଦୁଇଜଣ  ଯୁବକ ତାଙ୍କ ପିଛା କରିଥିଲେ । ଏପିରିକି ଯୁବତୀ ଜଣକ ନିଜ ରୁଟ୍ ବଦଳାଇଦେବା ସତ୍ବେ ବି ଦୁଇ ଯୁବକ ତାଙ୍କୁ ପିଛା କରିବା ଛାଡି ନଥିଲେ । ଶେଷରେ ଯୁବତୀ ଜଣକ ଅତିଷ୍ଟ ହୋଇ ସେମାନଙ୍କୁ ମଜା ଚଖେଇଥିଲେ ।

 ଗାଡିରୁ ଓହ୍ଲାଇ ସେମାନଙ୍କୁ ଅଟକାଇବା ସହ ସେମାନଙ୍କୁ ବହୁତ ଗାଳି ଗୁଲଜ ମଧ୍ୟ କରିଥିଲେ ।କେବଳ ଏତିକି ନୁହେଁ ଏକା ଥାଇବି  ଡରି ନଯାଇ ସେମାନଙ୍କୁ ମୁହତାଡ ଜବାବ ଦେଇଥିଲେ । ଉଠବସ କରାଇବା ସହ ଧୁମ ମାଡ ମଧ୍ୟ ମାରିଥିଲେ ଆଉ ଏଭଳି କେବେ କାହା ସହ ନକରିବାକୁ ଉକ୍ତ ଯୁବକଙ୍କୁ ଚେତାବନୀ ମଧ୍ୟ ଦେଇଥିଲେ ଯୁବତୀ ।


   Related Posts