ହୋଟେଲରେ ଚାଲିଥିଲା କି ସେକ୍ସ ରାକେଟ୍ ? ଚଢାଉ କରି ୨ ଯୁବତୀ ଓ ୨ ଯୁବକଙ୍କୁ ଉଠାଇଲା ପୋଲିସ

Published By : Prameya-News7 Bureau | December 31, 2020 IST

ରାଇରଙ୍ଗପୁର ୩୧।୧୨: ହୋଟେଲରୁ ସେକ୍ସ ର୍ୟାକେଟ୍ ଚାଲିଥିବା ଖବର ପାଇ ଚଢାଉ କଲା ପୋଲିସ । ଦୁଇ ଯୁବକଙ୍କ ସହ ଦୁଇ ଯୁବତୀଙ୍କୁ ଉଠାଇନେଲା ପୋଲିସ । ଏହାସହ ହୋଟେଲ ମ୍ୟାନେଜରଙ୍କୁ ମଧ୍ୟ ପୋଲିସ ପଚରାଉଚରା କରୁଛି ।

ସୂଚନାଯୋଗ୍ୟ ଯେ, ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହରର ଗୋଲେଇ ନିକଟରେ ଥିବା ସ୍ବସ୍ତିକ ହୋଟେଲରେ ପୋଲିସ ଚଢାଉ କରିଛି । ହୋଟେଲରେ ସେକ୍ସ ରାକେଟ୍ ଚାଲିଥିବା ଖବର ପାଇ ପୋଲିସ ଚଢାଉ କରିଥିଲା । ଚଢାଉ ବେଳେ ଦୁଇ ଯୁବତୀଙ୍କ ସହ ଦୁଇ ଯୁବକଙ୍କୁ ଉଠାଇନେଇଛି ପୋଲିସ । ହୋଟେଲ ମ୍ୟାନେଜରଙ୍କୁ ମଧ୍ୟ ଥାନାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ଯୁବତୀ ଦୁଇ ଜଣ ମୟୁରଭଞ୍ଜ ଜିଲ୍ଲାର ହୋଇଥିଲା ବେଳେ ଯୁବକ ଦୁଇ ଜଣ ଝାଡଖଣ୍ଡ ଅଞ୍ଚଳର ବୋଲି ସୂଚନା ମିଳିଛି ।

ରାଇରଙ୍ଗପୁର ସହରରେ ବିଭିନ୍ନ ହୋଟେଲ ତଥା ଭଡା ଘରେ ଦେହ ବ୍ୟବସାୟ ଚାଲି ଆସୁଥିବା ଦୀର୍ଘଦିନରୁ ଅଭିଯୋଗ ହୋଇ ଆସୁଥିଲା । ତେବେ ତଦନ୍ତ ପରେ ଜଣା ପଡିବ ଏହା ସେକ୍ସ କାରବାର ନା ପ୍ରେମ ବ୍ୟାପାର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.