ପାଣିରୁ ଉଦ୍ଧାର ହେଲା୨ ଜଣଙ୍କ ମୃତଦେହ: ଏମିତି ଦୃଶ୍ୟ ଦେଖି ସମସ୍ତେ କାନ୍ଦିଥିଲେ, ବାପା ପୁଅକୁ କୁଣ୍ଡେଇ ଧରି ଥିଲେ

Published By : Prameya-News7 Bureau | May 04, 2020 IST

ବେତନଟୀ୪/୫: ବାପା-ପୁଅଙ୍କ ମୃତଦେହ ଉଦ୍ଧାର। ମାଛ ଧରିବାକୁ ଯାଇ ନିଖୋଜ ଥିବା ବାପା-ପୁଅଙ୍କ ମୃତଦେହ ହୋଇଛି। ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ ମାଣତ୍ରୀ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମାଣତ୍ରୀ ଶିବମନ୍ଦିର ସଂଲଗ୍ନ ଜଳାଶୟରୁ ଉଭୟଙ୍କ ମୃତଦେହ ମିଳିଛି। ମୃତ ଦେହ ଉଦ୍ଧାର ପରେ ଯେଉଁ ଚିତ୍ର ସାମ୍ନାକୁ ଆସିଛି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପୁଆ ଜୀବନ ବଞ୍ଚାଇବାକୁ ବାପାକୁ ଜାବୁଡ଼ି ଧରିଛି।

{"id":264727,"sizeSlug":"large"}

ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ମୃତକ ହେଲେ ଗଣେଶ୍ବର ଦେହୁରୀ (୩୪ ବର୍ଷ) ଓରଫ ଗଣି ଏବଂ ତାଙ୍କ ୮ବର୍ଷର ପୁଅ। ଗଣେଶ୍ବର ଜଣେ ବସ୍ ଚାଳକ। ଲକ୍‌ଡାଉନ ଯୋଗୁ ରୋଜଗାର ବନ୍ଦ ହୋଇଯାଇଥିବାରୁ ରବିବାର ମାଛ ଧରିବା ପାଇଁ ସେ ଜାଲ ନେଇ ସାନପୁଅ ସହିତ ମାଣତ୍ରୀ ଶିବମନ୍ଦିର ସଂଲଗ୍ନ ଜଳାଶୟ ବା କୁଣ୍ଡିକୁ ଯାଇଥିଲେ। ତେବେ ଘରକୁ ନ ଫେରିବାରୁ ସମସ୍ତେ ଖୋଜାଖୋଜି କରିଥିଲେ। ମନ୍ଦିର ପାଖରେ ବାଇକ ମିଳିଥିବା ବେଳେ ଡିକିରେ ମୋବାଇଲ ଫୋନ ଥିଲା। ମାତ୍ର ବାପ-ପୁଅଙ୍କ ପତ୍ତା ମିଳି ନ ଥିଲା।

ଏ ସମ୍ପର୍କରେ ଖବର ପାଇ ପୁଲିସ ଓ ଦମକଳ ବାହିନୀ ପହଞ୍ଚି ଗ୍ରାମବାସୀଙ୍କ ସହିତ ରାତି ସାରା ପାଣିରେ ଖୋଜାଖୋଜି କରିଥିଲେ। କିନ୍ତୁ ସେମାନଙ୍କ ସନ୍ଧାନ ମିଳି ନ ଥିଲା। ତେବେ ସକାଳେ ତାଙ୍କ ଆତ୍ମୀୟମାନେ ପାଣିରେ ବାପ-ପୁଅଙ୍କ ଚପଲ ଭାସୁଥିବା ଦେଖି ସେହିସ୍ଥାନରେ ବୁଡି ଉଭୟଙ୍କୁ ଉଦ୍ଧାର କରିଛନ୍ତି। ପରସ୍ପରକୁ ଆଲିଙ୍ଗନ କରିବା ଅବସ୍ଥାରେ ଉଭୟ ବାପା-ପୁଅଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିଲା। ବୈଶିଙ୍ଗା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.