ନନ୍ଦନକାନନରେ ଜନ୍ମହେଲେ ୨ଟି ବିରଳ କଳାବାଘ, ସଂଖ୍ୟା ୪କୁ ହେଲା ବୃଦ୍ଧି

Published By : Prameya-News7 Bureau | December 22, 2018 IST

ବାରଙ୍ଗ ୨୨|୧୨ : ବିଶ୍ବରେ ପ୍ରଥମ ଚିଡିଆଖାନା ଭାବେ  ନନ୍ଦନ କାନନରେ ଆଜି ପୁଣି ୨ଟି କଳାବାଘ ଛୁଆ ଜନ୍ମ ହୋଇଛି । ନନ୍ଦନ କାନନର ବାଘୁଣୀ ରେଣୁକା ଓ ବାଘ  ସମ୍ରାଟ ଔରସରୁ ୨ଟି ବିରଳ କଳା ବାଘ  ଛୁଆ ଜନ୍ମ ହୋଇଛନ୍ତି । ରେଣୁକା ନାଲି ପ୍ରଜାତିର ହୋଇଥିବା ବେଳେ ସମ୍ରାଟ ଧଳା ପ୍ରଜାତିର ବାଘ । ଏମାନଙ୍କ ମିଳନରୁ ଏଥି ପୂର୍ବରୁ ମଧ୍ୟ ଏକ କଳାବାଘ ଛୁଆ ଜନ୍ମ ହୋଇଥିଲା । କିନ୍ତୁ ସେ ବଂଚି ନଥିଲେ ।

{"id":66239}

ତେବେ ବାଘୁଣୀ ସ୍ନେହି ଏବଂ ବାଘ ମନୀଷ ଔରସରୁ ୨ଟି କଳାବାଘ ଛୁଆ ଜନ୍ମ ହୋଇଥିଲେ । ସେମାନେ ବର୍ତ୍ତମାନ ଅଛନ୍ତି । ରେଣୁକା ଏବଂ ସମ୍ରାଟ ଔରସରୁ ୨ଟି କଳାବାଘ ଛୁଆ ଜନ୍ମ ହେବା ପରେ ଏବେ ନନ୍ଦନ କାନନରେ କଳାବାଘ ସଂଖ୍ୟା ୪କୁ ବୃଦ୍ଧି ପାଇଛି ।

{"id":66240,"align":"center","width":324,"height":521}

ଗତ କାଲି ରାତିରେ ଗୋଟିଏ ଛୁଆ ଜନ୍ମ ହୋଇଥିବାବେଳେ ଆଜି ଦିନ ୧୨ଟାରେ ଆଉ ଏକ ଛୁଆ ଜନ୍ମ ହୋଇଛି । ସୂଚନାଯୋଗ୍ୟ ଯେ, ଚିଡିଆଖାନାରେ କଳାବାଘ ନନ୍ଦନକାନନରେ ହିଁ ଜନ୍ମ ହେଉଛନ୍ତି । ବିଶ୍ବର ବିଭିନ୍ନ ଚିଡିଆଖାନା କଳାବାଘ ଜିନ୍‌ ନେବା ପାଇଁ ନନ୍ଦନକାନନ ନିକଟରେ ଅନୁରୋଧ କରିଆସୁଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.