Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||
  • ଟାଙ୍ଗୀ : ତାରିଣୀ ଦର୍ଶନ ସାରି ଫେରୁଥିଲେ, ଅଧାରାସ୍ତାରେ ଧକ୍କା ଦେଲା ଟ୍ରକ, ଚାଲିଗଲା ୩ ଜୀବନ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ ସ୍ମାର୍ଟ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||

ବିଧାନସଭା ନିର୍ବାଚନ ଲଢିବାକୁ ମିଳିଲାନି ଟିକେଟ୍, ବିଜେପି ଛାଡିଲେ ୨ ବିଧାୟକ

10/03/2021 at 9:40 PM

ଦିସପୁର ୧୦।୦୩: ଆସାମ ବିଧାନସଭା ନିର୍ବାଚନ ନେଇ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଛି। ରାଜନୈତିକ ଦଳଗୁଡିକ ପକ୍ଷରୁ ପ୍ରଚାର ଅଭିଯୋନ ଜୋରଦାର ଚାଲିଛି। ରାଜ୍ୟର ସମସ୍ତ ବିଧାନସଭା ଆସନ ପାଇଁ ରାଜନୈତିକ ଦଳଗୁଡିକ ନିଜ ନିଜର ପ୍ରାର୍ଥୀ ଘୋଷଣା କରୁଛନ୍ତି। ଅନେକ ପୁରୁଣା ବିଧାୟକଙ୍କୁ ପୁନର୍ବାର ଟିକେଟ୍ ମିଳୁଥିବା ବେଳେ ଅନେକ ପୂର୍ବତନ ବିଧାୟକଙ୍କୁ ନିର୍ବାଚନ ଲଢିବାକୁ ସିଟ୍ ମିଳୁନାହିଁ। ଫଳରେ ନେତାଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି। ଏହି କ୍ରମରେ ନିର୍ବାଚନ ଲଢିବାକୁ ଟିକେଟ୍ ନମିଳିବାରୁ ବିଜେପିର ଦୁଇ ଜଣ ବିଧାୟକ ପାର୍ଟିରୁ ଇସ୍ତଫା ଦେଇଛନ୍ତି।

ଏହି ଦୁଇ ବିଧାୟକ ହେଉଛନ୍ତି ବିଧାନସଭାର ପୂର୍ବତନ ଉପ ବାଚସ୍ପତି ଦିଲୀପ କୁମାର ପଲ୍ ଓ ଶିଳାଦିତ୍ୟ ଦେବ। ସେମାନେ ଅଭିଯୋଗ କରିଛନ୍ତି ଯେ, ବିଜେପିର କିଛି ନେତା ତାଙ୍କ ବିରୋଧରେ ଷଡଯନ୍ତ୍ର ରଚିଛନ୍ତି। ଫଳରେ ସେମାନଙ୍କୁ ଟିକେଟ୍ ମିଳିଲା ନାହିଁ। ଏହା ପୂର୍ବରୁ ବିଜେପି ନେତା ତଥା କ୍ୟାବିନେଟ୍ ମନ୍ତ୍ରୀ ସୁମ ରୋଙ୍ଗହାଙ୍ଗ ଦୀଫଙ୍କୁ ବିଧାନସଭା ଆସନରୁ ଟିକେଟ୍ ନମିଳିବାରୁ ରବିବାର ପାର୍ଟିରୁ ଇସ୍ତଫା ଦେଇ କଂଗ୍ରେସରେ ସାମିଲ ହୋଇଛନ୍ତି।

ସୂଚନାଯୋଗ୍ୟ, ଆସାମରେ ତିନୋଟି ପର୍ଯ୍ୟାୟରେ ମତଦାନ ହେବ। ମାର୍ଚ୍ଚ ୨୭ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଏପ୍ରିଲ ୧ରେ ଦ୍ଵିତୀୟ ଏବଂ ଏପ୍ରିଲ ୬ରେ ତୃତୀୟ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ। ରାଜ୍ୟରେ ବିଧାନସଭାର ମୋଟ୍ ସିଟ୍ ସଂଖ୍ୟା ୧୨୬।  ମେ ୨ରେ ଫଳାଫଳ ପ୍ରକାଶ ପାଇବ।

   Related Posts