Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ନୀଳଗିରି ଆସନରୁ ବିଜେଡି କାହାକୁ ଦେବ ଟିକଟ୍, ବିଧାୟକ ସୁକାନ୍ତ ନାୟକ ନା ଚନ୍ଦନ ରାୟ ?

12/02/2019 at 7:14 PM

ନୀଳଗିରି ୧୨|୨: ଆସୁଛି ନିର୍ବାଚନ । ଏଥର ନିଜ ନିର୍ବାଚନ ମଣ୍ଡଳୀ ପାଇଁ  ନେତା ବାଛିବାର ବେଳ । ପାଓ୍ବାର ଏବେ ଭୋଟରଙ୍କ ହାତରେ । ଯଦି ପୁରୁଣା ନେତା ଠିକ୍‌ କାମ କରିଛନ୍ତି ତାହେଲେ ତାଙ୍କୁ ରିପିଟ୍‌ କରିବେ ନହେଲେ ନୂଆ ମୁହଁକୁ ମିଳିବ ମଉକା । ଏମିତିରେ ବି ଗୋଟେ ଗୋଟେ ଦଳରେ ୩-୪ ଆଶାୟୀ ସେମାନଙ୍କ କସରତ  ଜାରି ରଖିଛନ୍ତି । ହେଲେ କାହାକୁ ଟିକଟ ମିଳିବ ଆଉ କିଏ ନିଜ ଅଂଚଳ ଲୋକଙ୍କ ଆସ୍ଥାଭାଜନ ହୋଇପାରିବ ତାହା ଆଉ କିଛି ଦିନ ଭିତରେ କ୍ଲିୟର ହୋଇଯିବ । ଏମିତିରେ ଆଜି ବାଲେଶ୍ବର ଜିଲ୍ଲା ନୀଳଗିରି ନିର୍ବାଚନ ମଣ୍ଡଳୀରେ କେମତି ରହିଛି ମାହୋଲ ଟିକେ ଦେଖି ଆସିବା ।

ବାଲେଶ୍ବର ଜିଲ୍ଲାର ନୀଳଗିରି ନିର୍ବାଚନ ମଣ୍ଡଳି । ପୂର୍ବରୁ କମ୍ୟୁନିଷ୍ଟ ଓ କଂଗ୍ରେସର ଗଡ଼ ଥିବା ନୀଳଗିରିରେ ବଦଳିଲା ଲୋକଙ୍କ ମୁଡ୍‌ । ୨୦୦୪ରେ ବିଜେପି ନେତା ପ୍ରତାପ ଷଡ଼ଙ୍ଗୀଙ୍କୁ ମଉକା ଦେଲେ ଜନତା । ପୁଣି ୨୦୦୯ରେ  ମଧ୍ୟ ନେତା ଭାବେ ପ୍ରତାପଙ୍କୁ ରିପିଟ୍‌ କଲେ ନୀଳଗିରି ଭୋଟର । ହେଲେ ୨୦୧୪ରେ ଯେତେବେଳେ ପ୍ରତାପ ଷଡ଼ଙ୍ଗୀ ବାଲେଶ୍ବର ସାଂସଦ ପ୍ରାର୍ଥୀ ହେଲେ ସେତେବେଳେ ବିଜେଡି ହାତକୁ ଆସିଲା ନୀଳଗିରି ନିର୍ବାଚନମଣ୍ଡଳୀ । ବିଜେଡି ବିଧାୟକ ଭାବେ ନିର୍ବାଚିତ ହେଲେ ସୁକାନ୍ତ କୁମାର ନାୟକ ।  ଏବେ ପୁଣି ଯେତେବେଳେ ନିର୍ବାଚନ ଆସୁଛି । ସେତେବେଳେ ଏହି ନିର୍ବାଚନ ମଣ୍ଡଳୀରେ ଥିବା ଆଶାୟୀ ପ୍ରାର୍ଥୀଙ୍କ ଆକ୍ଟିଭିଟି ମଧ୍ୟ ବଢ଼ିବାରେ ଲାଗିଛି ।

ଏଠି ବିଧାୟକ ସୁକାନ୍ତ ନାୟକଙ୍କ କାର୍ଯ୍ୟକାଳ ସରି ଆସୁଥିବା ବେଳେ ସେ ତାଙ୍କ ୫ବର୍ଷର ହିସାବ ଦେଇ ଭୋଟରଙ୍କୁ ମନେଇବାରେ ବ୍ୟସ୍ତ ଅଛନ୍ତି । ସେପଟେ କିନ୍ତୁ ବିଜେଡି ନଗର ସଭାପତି ଚନ୍ଦନ ରାୟ ମଧ୍ୟ ଦଳୀୟ ଟିକେଟ୍‌ ପାଇବା ପାଇଁ ଆଶାୟୀ ଅଛନ୍ତି । ଚନ୍ଦନଙ୍କ ବାପା କ୍ଷିତିଶ ରାୟ  ନୀଳଗିରି ଏନଏସିରେ ପ୍ରଥମ ଚେୟାରମ୍ୟାନ ହୋଇଥିଲେ । ତାଙ୍କର ସ୍ବଚ୍ଛ ଭାବମୂର୍ତ୍ତି ଓ ଲୋକପ୍ରିୟତାକୁ ଆଧାର କରି ଚନ୍ଦନ ରାୟ ନୀଳଗିରି ଅଂଚଳରେ ଲୋକଙ୍କ ନିକଟତ ହେବାକୁ ଚେଷ୍ଟା ଜାରି ରଖିଛନ୍ତି । ଲୋକଙ୍କ ସୁଖଦୁଃଖରେ ଠିଆ ହେଉଥିବାରୁ ତାଙ୍କ ପ୍ରତି ମଧ୍ୟ ନୀଳଗିରି ଅଂଚଳରେ ଜନ ସମର୍ଥନ ବଢ଼ିବାରେ ଲାଗିଛି । ଏମିତିରେ ଜଣେ ଯୁବ ନେତା ହିସାବରେ ନୀଳଗିରି ମାଟିର ବିକାଶକୁ ସେ ଅଧିକ ଗୁରୁତ୍ବ ଦେଉଥିବା କହିଛନ୍ତି ।

ଗୋଟେପଟେ ଗଲା ୫ବର୍ଷରେ ନୀଳଗିରିବାସୀଙ୍କ ଅନେକ ସମସ୍ୟା ପୂରଣ ହୋଇପାରିନଥିବାରୁ ସେମାନେ ନିଜ ଅଂଚଳ ପାଇଁ ଜଣେ ନୂଆ ଯୁବନେତାଙ୍କୁ ଚାହୁଁଛନ୍ତି । ଅନ୍ୟପଟେ ବର୍ତମାନର ବିଧାୟକ ସମର୍ଥକଙ୍କ ଯୁକ୍ତି, ସୁକାନ୍ତ ନାୟକଙ୍କ ଅନେକ କିଛି କାମ ହୋଇଛି ।

ନବୀନ ସରକାର ଏବେ ଯେତେବେଳେ ଯୁବ ନେତୃତ୍ବ ଉପରେ ଅଧିକ ଗୁରୁତ୍ବ ଦେଉଛନ୍ତି, ସେତେବେଳେ ନୀଳଗିରି ଅଂଚଳରେ ବିଜେଡି ଯୁବନେତା ଚନ୍ଦନ ରାୟଙ୍କୁ ନେଇ ଅନେକ ଆଶା ଉଙ୍କିମାରିଛି । ତେବେ ସବୁ କିଛି ନିର୍ଭର କରୁଛି ଦଳୀୟ ଟିକେଟ୍‌ ଉପରେ ।

   Related Posts