Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୬କୁ ବୃଦ୍ଧି
  • ||
  • ଭୁବନେଶ୍ବର : ୪ ଦିନିଆ ରିମାଣ୍ଡରେ ଯିବେ ୨ କଣ୍ଟ୍ରାକ୍ଟ କିଲର, ଏସଡିଜେଏମ୍ କୋର୍ଟ ଦେଲେ ଅନୁମତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୫ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୫ କରୋନା ସଂକ୍ରମିତ, ୧୦୫୦୭୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ସୁନ୍ଦରଗଡ : ସ୍ୱାମୀ ସାଜିଲା ସୈତାନ୍, କୁରାଢି ଚୋଟରେ ନେଇଗଲା ସ୍ତ୍ରୀର ଜୀବନ
  • ||
  • ୬ ଦିନିଆ ରିମାଣ୍ଡରେ ଆସିବ ଠକ ପ୍ରଜ୍ଞା, ଅନୁମତି ଦେଲେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ
  • ||
  • ଘୋଷଣା ହେଲା ଜ୍ଞାନପୀଠ ପୁରସ୍କାର : ୨୦୨୧ ପାଇଁ ନୀଳମଣି ଫୁକନ, ୨୦୨୨ ପାଇଁ କୌଙ୍କଣୀ ସାହିତ୍ୟିକ ଦାମୋଦେର ମୌଜଙ୍କୁ ସମ୍ମାନ
  • ||

ପବନ ଝଟ୍‌କାରେ ପିଟି ହୋଇଗଲା ଦୁଇ ବାଇକ୍‌: ଜଣେ ମୃତ, ୩ ଗୁରୁତର

25/10/2020 at 10:32 PM

ଭୁବନେଶ୍ଵର ୨୫/୧୦: ପୁରୀ ରାଜପଥ ଉତ୍ତରା ଛକ ନିକଟରେ ଦୁଇ ବାଇକ୍ ଦୁର୍ଘଟଣାରେ ଚାରିଜଣ ଗୁରୁତର ହୋଇଥିଲେ । ଗୁରୁତର ଚାରି ଜଣଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ଘଟିଛି । ଏପର୍ଯ୍ୟନ୍ତ କାହାର ପରିଚୟ ମିଳିପାରିନାହିଁ ।

ଦୁଇଟି ବାଇକ୍‌ରେ ଚାରି ଜଣ ଭୁବନେଶ୍ୱରରୁ ପିପିଲି ଅଭିମୁଖେ ଯାଉଥିଲେ । ଉତ୍ତରା ଛକ ନିକଟରେ  ଦୁଇ ବାଇକ୍ ସମାନ୍ତରାଳ ଭାବେ ରାସ୍ତାରେ ଯାଉଥିବା ବେଳେ ଏକ ଟ୍ରକ୍ ସେମାନଙ୍କୁ ଅତିକ୍ରମ କରିଥିଲା । ପବନର ଝଟକାରେ ଦୁଇ ବାଇକ୍ ଭାରସାମ୍ୟ ହରାଇ ଦୁର୍ଘଟଣା ହୋଇଥିବା ଅନୁମାନ କରାଯାଉଛି ।

ଘଟଣାସ୍ଥଳରେ ପୋଲିସ୍ ପହଁଞ୍ଚି ଗୁରୁତର ଚାରି ଜଣଙ୍କୁ ହସ୍ପିଟାଲ୍‌ ପଠାଇଥିଲା । ହସ୍ପିଟାଲ୍‌ରେ ଜଣଙ୍କର ମୃତ୍ୟୁ ହୋଇଛି । କୌଶଲ୍ୟାଗଙ୍ଗ ଫାଣ୍ଡି ପୋଲିସ୍‌ ବାଇକ ଦୁଇଟିକୁ ଜବତ କରି ତଦନ୍ତ ଚଳାଇଛି ।

   Related Posts