ମର୍ମନ୍ତୁଦ ଦୁର୍ଘଟଣା : ଅଜଣା ଗାଡି ଧକ୍କାରେ ୨ ବାଇକ୍ ଆରୋହୀ ମୃତ
6/06/2020 at 8:17 AM

ଝାରସୁଗୁଡା ୬।୬: ଅଜଣା ଗାଡି ଧକ୍କାରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ଝାରସୁଗୁଡା ଜିଲ୍ଲା ଲଖନପୁର ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥରେ ଘଟିଛି ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା ।
ତେବେ ଶୁକ୍ରବାର ବିଳମ୍ବିତ ରାତିର ଦୁର୍ଘଟଣା ଘଟିଥିବାର ଅନୁମାନ କରାଯାଉଛି । ମୃତ ବାଇକ୍ ଆରୋହୀ ଏକାତାଲି ଗାଁର ଲଖନ ମାହାତୋ ଏବଂ ରମନ ଧରେଇ ବୋଲି ଜଣାପଡିଛି । ଉଭୟ ଶୁକ୍ରବାର ବିଳମ୍ବିତ ରାତିରେ ବାଘମୁଣ୍ଡାରୁ ଏକାତାଲି ଫେରୁଥିଲେ ।
Related Posts
ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍ : ବାପା ମୃତ, ଝିଅ ଗୁରୁତର
20 January 2021
ନାମୀଦାମୀ ବ୍ରାଣ୍ଡର ନକଲି ବିଦେଶୀ ମଦ ଜବତ, ଜଣେ ମହିଳା ଗିରଫ
20 January 2021