ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ରାସ୍ତା କଡକୁ ଛିଟିକି ପଡିଲେ ୨ ଚାଳକ : ମେଡିକାଲରେ ହେଲା ମୃତ୍ୟୁ

Published By : Prameya-News7 Bureau | July 30, 2021 IST

ରାଇରଙ୍ଗପୁର ୩୦।୭: ମୟୁରଭଞ୍ଜ ଜିଲ୍ଲା ବିଶୋଇ ଥାନା ସାନ ମଣଦାରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣା ଫଳରେ ଉଭୟ ରାସ୍ତା କଡକୁ ଛିଟିକି ପଡିଥିଲେ । ଉଭୟ ଚାଳକଙ୍କ ମୁଣ୍ଡରେ ଆଘାତ ଲାଗିଥିବାରୁ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେମାନଙ୍କର ମୃତ୍ୟୁ ଘଟିଥିଲା ।

{"id":488056,"width":748,"height":411,"sizeSlug":"large","linkDestination":"none"}

ଜଣଙ୍କର ପରିଚୟ ମିଳିନଥିବା ବେଳେ ଅନ୍ୟ ଜଣେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଯୋଡା ପୋଖରୀ ଗ୍ରାମର ସାଉନା ମୁର୍ମୁ ବୋଲି ଜଣାପଡିଛି । ପୋଲିସ ଉଭୟଙ୍କ ମୃତଦେହ ଓ ବାଇକକୁ ଜବତ କରି ଘଟଣାର ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.