ଗ୍ୟାସ୍ ଗାଡି ସହ ବାଇକ୍ ଧକ୍କା : ୨ ଗୁରୁତର, ଜାତୀୟ ରାଜପଥରେ ଗ୍ୟାସ୍ ଲିକ୍

Published By : Prameya-News7 Bureau | September 17, 2021 IST

ଚଣ୍ଡିଖୋଲ ୧୭।୯: ୧୬ ନମ୍ବର ଜାତୀୟ ରାଜପଥ କଡେଇ ଛକ ନିକଟରେ ଗ୍ୟାସ୍ ଗାଡି ସହ ବାଇକ୍ ଧକ୍କା । ଦୁର୍ଘଟଣା ଫଳରେ ଦୁଇ ଜଣ ଗୁରୁତର । ଜାତୀୟ ରାଜପଥରେ ଗ୍ୟାସ୍ ଲିକ୍ ହେଉଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ଯାଜପୁର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର କଡେଇ ଛକ ନିକଟରେ ଭାରତ ପେଟ୍ରୋଲିୟମ୍ ଗ୍ୟାସ୍ ଗାଡିଟି ଚଣ୍ଡିଖୋଲ ଅଭିମୁଖେ ଯାଉଥିବା ବେଳେ ବାଇକ୍ ସହ ଧକ୍କା ଦେଇଥିଲା । ବାଇକଟି ଗାଡି ତଳେ ପଶିଯିବା ଫଳରେ ଗ୍ୟାସ୍ ଗାଡିର ଟାୟାର ଫାଟି ଯାଇଥିଲା । ଯାହା ଫଳରେ ବାଇକରେ ଥିବା ଦୁଇ ଜଣକୁ ଗୁରୁତର ଅବସ୍ଥାରେ ବଡଚଣା ମେଡିକାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ପରେ ଗ୍ୟାସ୍ ଗାଡିରୁ ଗ୍ୟାସ୍ ଲିକ୍ ହେବାରେ ଲାଗିଛି । ଘଟଣାସ୍ଥଳରେ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ପହଞ୍ଚି ଗ୍ୟାସକୁ ନିୟନ୍ତ୍ରଣ କରିବାରେ ଚେଷ୍ଟା ଜାରି ରଖିଛି । ଜାତୀୟ ରାଜପଥରେ ଗୋଟିଏ ଲେନରେ ଗାଡି ଯିବା ଆସିବା କରୁଛି । ଜାତୀୟ ରାଜପଥର ଗୋଟିଏ ପଟରେ ଗାଡି ଚଳାଚଳ ବନ୍ଦ ରହିଛି । ଘଟଣାସ୍ଥଳରେ ବଡ଼ଚଣା ପୋଲିସ ଉପସ୍ଥିତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.