ମର୍ମନ୍ତୁଦ : ବାଇକ୍ ଉପରେ ଓଲଟିପଡିଲା ମିକ୍ସଚର ମେସିନ୍ ଲୋଡ୍ ହୋଇଥିବା ପିକ୍ଅପ୍ ଭ୍ୟାନ୍, ଘଟଣାସ୍ଥଳରେ ଦୁଇ ମୃତ
14/11/2019 at 3:26 PM

ଜୟପୁର ୧୪।୧୧: କୋରାପୁଟରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ସିମେଣ୍ଟ ମିକ୍ସଚର ମେସିନ ଲୋଡ୍ ହୋଇଥିବା ପିକଅପ ଭ୍ୟାନ୍ ଓଲଟି ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି ।

ସୂଚନାଯୋଗ୍ୟ ଯେ, ପିକଅପ୍ ଭ୍ୟାନ୍ ରେ ସିମେଣ୍ଟ ମିକ୍ସଚର ଲୋଡ୍ ହୋଇ ଯାଉଥିବା ବେଳେ ୨୬ନଂ ଜାତୀୟ ରାଜପଥର ଦୋରାଗୁଡା ନିକଟରେ ଓଲଟିପଡିଛି । ସେହି ସମୟରେ ସୁନାବେଡାରୁ କୋରାପୁଟ ଅଭିମୁଖେ ବାଇକରେ ଦୁଇ ଜଣ ଆସୁଥିବା ବେଳେ ସେମାନଙ୍କ ଉପରେ ଓଲଟି ପଡିଥିଲା । ଫଳରେ ଘଟଣାସ୍ଥଳରେ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି ।

ମୃତକ ହେଲେ ସୋମନାଥ ଗୌଡ ଓ ଭଗବାନ ଗୌଡ । ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା । କ୍ଷତି ପୂରଣ ଦାବିରେ ରାସ୍ତାରୋକ କରିଥିଲେ ଉତ୍ତ୍ୟକ୍ତ ଲୋକ । ଜିଲ୍ଲା ପ୍ରଶାସନ ପକ୍ଷରୁ ଦୁଇ ମୃତକଙ୍କ ପରିବାରଙ୍କୁ ୧୦ହଜାର ଲେଖାଏଁ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ।