Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ଦୁଇ ବାଇକ୍ ଲୁଟେରା ଗିରଫ, ୭ ବାଇକ ସହ ଅନେକ ଯନ୍ତ୍ରାଂଶ ଜବତ

23/10/2020 at 9:37 PM

ରାଉରକେଲା ୨୩।୧୦: ରାଉରକେଲା ପୁଲିସ ସହରରେ ଏକ ବାଇକ୍‌ ଲୁଟ୍‌ର ପର୍ଦ୍ଦାଫାଶ କରିବାରେ ସଫଳ ହୋଇଛି। ପ୍ଲାଣ୍ଟ ସାଇଟ୍‌ ପୁଲିସ ଦୁଇ ବାଇକ୍‌ ଲୁଟେରାକୁ ଗିରଫ କରିବା ସହ ୭ ବାଇକ୍‌ ଏବଂ ଅନେକ ଯନ୍ତ୍ରାଂଶ ଜବତ କରିଛି। ପୁଲିସ ମାମଲା ରୁଜୁ କରି ତଦନ୍ତକୁ ଆହୁରି ବ୍ୟାପକ କରିଛି।

ଗିରଫ ଦୁଇ ବାଇକ୍‌ ଲୁଟେରା ହେଉଛନ୍ତି ରାହୁଲ ସାହା ଓ ଅନୁପ କୁମାର। ଉଭୟଙ୍କ  ଘର ଗାନ୍ଧୀ ରୋଡ଼ ଅଞ୍ଚଳରେ। ଏହି ଦୁଇ ବାଇକ ଲୁଟେରା ବିଭିନ୍ନ ଅଞ୍ଚଳରୁ ବିଭିନ୍ନ ଅଭିନବ ଉପାୟରେ ବାଇକ ଚୋରି କରି ପାର୍ଟ ଖୋଲି ବିକ୍ରି କରୁଥିଲେ । ସେମାନଙ୍କ ବିରୋଧରେ ପୂର୍ବରୁ ଅନେକ ଥାନାରେ ମାମଲା ରୁଜୁ ହୋଇଥିବା କୁହାଯାଇଛି।

   Related Posts