ଆନ୍ତଃ ଜିଲ୍ଲା ବାଇକ୍ ଚୋରି ରାକେଟ୍ ଠାବ, ଦୁଇ ଯୁବକ ଗିରଫ

Published By : Prameya-News7 Bureau | May 11, 2019 IST

ଟିଟିଲାଗଡ ୧୧|୫: ଟିଟିଲାଗଡ ପୋଲିସ ଆନ୍ତଃ ଜିଲ୍ଲା ବାଇକ୍ ଚୋରି ରାକେଟ୍‌କୁ ଠାବ କରିଛି । ଏମାନଙ୍କଠାରୁ ପୋଲିସ ୭ଟି ବାଇକ୍ ଜବତ କରିବା ସହ ଓକିଲ ବୁଡେକ ଓ ଆତ୍ମାରାମ ପରାଭୁଏ ନାମକ ଦୁଇ ଜଣ ଯୁବକଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଏମାନେ ବିଭିନ୍ନ ସମୟରେ ବିଭିନ୍ନ ସମସ୍ୟା ଦେଖାଇ ବାଇକ୍ ମାଗି ନେଇ ଅନ୍ୟତ୍ର ବିକ୍ରି କରୁଥିବା ଅଭିଯୋଗ ହୋଇ ଆସୁଥିଲା । ତବେ ଗତ ୭ ତାରିଖ ଦିନ ଟିଟିଲାଗଡଠାରେ ବାଇକ୍ ଚୋରି କରୁଥିବା ବେଳେ ପୋଲିସ ଏମାନଙ୍କୁ କାବୁ କରିଥିଲା । ଏନେଇ ଟିଟିଲାଗଡ ଏସ୍.ଡି.ପି.ଓ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.