Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୨ ବାଇକ୍ ଚୋରକୁ ଗିରଫ କଲା ପାଟଣା ପୋଲିସ

20/08/2020 at 5:18 PM

ପାଟଣା ୨୦।୮: କେନ୍ଦୁଝର ଜିଲ୍ଲା ପାଟଣା ଥାନା ପୋଲିସ ଦୁଇ ବାଇକ୍ ଚୋରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ବ୍ୟକ୍ତି ଦୁଇ ଜଣ ହେଲେ ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଖୁଣ୍ଟାପଶି ଗ୍ରାମର ଶାନ୍ତିର ଜ୍ୟୋତି ସିଂ ଓ ଭୀମ ମାଝୀ ।

ପୋଲିସ ସୂଚନା ଅନୁଯାୟୀ ଗତ ଜୁଲାଇ ୨୪ ତାରିଖ ରେ ସାହରପଡା ବ୍ଲକ୍ ଧାନବେଣୀ ଗ୍ରାମର ଜଣେ ବ୍ୟକ୍ତିଙ୍କ ବାଇକକୁ ପାଟଣା ଦେଇ ଯାଇଥିବା ୨୨୦ ନମ୍ବର ରାଜପଥର ବାଇପାସ୍ ନିକଟରୁ ଚୋରି ହୋଇଥିଲା । ବାଇକ୍ କୁ ଚୋରି କରି ୨ ଜଣ ବ୍ୟକ୍ତି ନେଇଯାଉଥିବା ବେଳେ ଲୋକେ ତେଣ୍ଡେରା ନିକଟରେ ଉକ୍ତ ବ୍ୟକ୍ତିଙ୍କୁ ଧରି ପୋଲିସର ଜିମା ଦେଇଥିଲେ । ଗିରଫ ବ୍ୟକ୍ତି ଜଣକ କରଞ୍ଜିଆ ଥାନା ଭଅଁରା ଗ୍ରାମର  ହେମନ୍ତ ଧଳ । ଏହି ଚୋରି ଘଟଣାରେ  ଅନ୍ୟ ଦୁଇ ଜଣ ସହଯୋଗୀଙ୍କୁ ପୋଲିସ କରଞ୍ଜିଆ ଅଞ୍ଚଳରୁ ଗିରଫ କରି କୋର୍ଟ ଚାଲାଣ କରିଛି।

   Related Posts