ଦୁଇ ବାଇକ୍ ଲୁଟେରା ଗିରଫ, ୧୨ଟି ଚୋରା ବାଇକ୍ ଜବତ

Published By : Prameya-News7 Bureau | September 07, 2021 IST

ସୁନ୍ଦରଗଡ ୭।୯: ସୁନ୍ଦରଗଡ ପୋଲିସକୁ ସଫଳତା । ଦୁଇ ବାଇକ୍ ଲୁଟେରାଙ୍କୁ ଗିରଫ କରିବା ସହ ୧୨ଟି ଚୋରା ବାଇକ୍ ଜବତ କରିଛି ପୋଲିସ । ସୁନ୍ଦରଗଡ କୁତ୍ରା ଥାନା ପୋଲିସ ମଙ୍ଗଳବାର କୁତ୍ରା ଓ ରାଜଗାଙ୍ଗପୁର ବିଭିନ୍ନ ଅଞ୍ଚଳରୁ ଏହିସବୁ ଚୋରା ବାଇକ୍ ଜବତ କରିଛି । ଗିରଫ ଦୁଇ ବାଇକ୍ ଲୁଟେରା ହେଲେ ରାଉରକେଲାର ରୁପାସ ସରକାର ଓ  ବିକି ୟାଦବ ।

{"id":507802,"width":754,"height":415,"sizeSlug":"full","linkDestination":"none"}

ଏମାନେ ବିଭିନ୍ନ ସ୍ଥାନରୁ ବାଇକ୍ ଚୋରୀ କରି ପଡୋଶୀ ରାଜ୍ୟ ଝାଡଖଣ୍ଡ, ଛତିଶଗଡ ସମେତ ରାଉରକେଲାରେ ମଧ୍ୟ ବିକ୍ରି କରିଥାନ୍ତି । ତେବେ କୌଣସି ସୂତ୍ରରୁ ଖବର ପାଇ ପୋଲିସ କୁତ୍ରା ଅଞ୍ଚଳରେ ଚଢାଉ କରି ଏହି ଦୁଇ ବାଇକ୍ ଲୁଟେରାଙ୍କୁ ଗିରଫ କରିଛି । ଅନ୍ୟପଟେ କିଛିଦିନ ତଳେ ରାଜଗାଙ୍ଗପୁର ଅଞ୍ଚଳରୁ ମଧ୍ୟ ପୋଲିସ ୨ ଜଣଙ୍କୁ ଗିରଫ କରିବା ସହ ୧୨ଟି ଚୋରା ବାଇକ୍ ଜବତ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.