ଅଜଣା ଗାଡି ଧକ୍କାରେ ମା ସହ ଛୁଆ ଭାଲୁ ମୃତ

Published By : Prameya-News7 Bureau | May 21, 2019 IST

ଯାଜପୁର ୨୧|୫: ଯାଜପୁର ରୋଡ ବନଖଣ୍ଡ ରଗଡି ପଲିଟେକନିକ୍ ନିକଟରେ ସଡକ ଦୁର୍ଘଟଣାରେ ଏକ ମା ଭାଲୁ ସହିତ ଛୁଆ ଭାଲୁର ମୃତ୍ୟୁ ହୋଇଚଛି । ଆଜି ଭୋରୁ କୌଣସି ଅଜଣା ଗାଡି ଧକ୍କାରେ ଏହି ଭାଲୁ ଦୁଇଟିର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି  । ନିକଟସ୍ଥ କୋରାବନ୍ଦୀ କାଜୁ ଜଙ୍ଗଲରୁ ଉଭୟ ମା ଓ ଛୁଆ ଦୁହେଁ ଖାଦ୍ୟ ଅନ୍ବେଷଣରେ ପାଖରେ ଥିବା ପଛିକୋଟ ଜଙ୍ଗଲକୁ ଯାଇଥିବା ଅନୁମାନ କରୁଛି ବନବିଭାଗ  । ତେବେ ପଛିକୋଟ ଜଙ୍ଗଲରୁ କୋରାବନ୍ଦୀ ଜଙ୍ଗଲକୁ ଫେରିବା ବାଟରେ ୨୧୫ନଂ ଜାତୀୟ ରାଜପଥ ଅତିକ୍ରମ କରୁଥିବା ସମୟରେ କୌଣସି ଏକ ଟ୍ରକ୍ ସେମାନଙ୍କ ଉପରେ ମାଡିଯାଇଥିବା ବନବିଭାଗ ପକ୍ଷରୁ ସନ୍ଦେହ କରାଯାଉଛି ।

{"id":114287}

ଏହି ଅଞ୍ଚଳରେ ଭାଲୁ, କୁଟୁରା ଓ ହରିଣ ଆଦି ବନ୍ୟଜନ୍ତୁ ମାନେ ବିଚରଣ କରୁଥିବାରୁ ଜାତୀୟ ରାଜପଥରେ ଗଳିପୋଲ ନିର୍ମାଣ ପାଇଁ ଅନେକ ଥର ସ୍ଥାନୀୟ ଲୋକେ ମଧ୍ୟ ଦାବି କରିଆସିଛନ୍ତି  । ସେପଟେ ରାଜପଥ ସମ୍ପ୍ରସାରଣ ସମୟରେ ବନବିଭାଗ ପକ୍ଷରୁ ମଧ୍ୟ ରାଜପଥ କର୍ତ୍ତୃପକ୍ଷଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇଥିଲେ ବି କର୍ତ୍ତୃପକ୍ଷ ଅଦ୍ୟାବଧି ଏ ନେଇ କୌଣସି ପଦକ୍ଷେପ ନେଇନାହାନ୍ତି ବୋଲି ବନବିଭାଗ ଅଧିକାରୀ କହିଛନ୍ତି । ତେବେ କର୍ତ୍ତୃପକ୍ଷ ଏମିକି କୌଣସି ଆଶୁ ପଦକ୍ଷେପ ନ ନେଲେ ସମ୍ପୃକ୍ତ ବିଭାଗ ନାଁରେ ମାମଲା ରୁଜୁ କରାଯିବ ବୋଲି ବନଖଣ୍ଡ ଅଧିକାରୀ କହିଛନ୍ତି  ।

{"id":114288}

ସେପଟେ ଆଜି ସକାଳେ ବନବିଭାଗ ଦ୍ବାରା ଉଭୟ ମା ଓ ଛୁଆ ଭାଲୁର ମୃତଦେହ ଉଦ୍ଧାର କରାଯାଇ ଶବ ବ୍ୟବଚ୍ଛେଦ ପାଇଁ ପ୍ରାଣୀଧନ ଚିକିତ୍ସାଳୟକୁ ପଠାଯାଇଛି  । ଏଥିସହିତ ବିଭାଗୀୟ ବନଖଣ୍ଡ ଅଧିକାରୀଙ୍କ ଦ୍ବାରା ଘଟଣାର ଅନୁସନ୍ଧାନ ଜାରି ରହିଛି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.