ବ୍ୟବସାୟୀ କରୋନା ପଜିଟିଭ୍ ଚିହ୍ନଟ, ୨ଟି ବଜାରକୁ ୭୨ଘଣ୍ଟା ପାଇଁ ସଟ୍‌ଡାଉନ୍‌

Published By : Prameya-News7 Bureau | July 29, 2020 IST

ଭଦ୍ରକ ୨୯।୦୭: ଚାଲିଥିଲା ଭ୍ରାମ୍ୟମାଣ କରୋନା ଚିହ୍ନଟ ପ୍ରକ୍ରିୟା । ବ୍ୟବସାୟିକ ଅନୁଷ୍ଠାନର ମାଲିକ ଓ କର୍ମଚାରୀଙ୍କ ଟେଷ୍ଟ ବେଳେ କରୋନା ସଂକ୍ରମିତ ଚିହ୍ନଟ ହେଲେ ବ୍ୟବସାୟୀ । ତାପରେ ଦୁଇ ଗୋଟି ବଜାରକୁ ସଟଡାଉନ ଘୋଷଣା କରିଛି ପ୍ରଶାସନ ।

{"id":306917,"sizeSlug":"large"}

ସୂଚନାଯୋଗ୍ୟ ଯେ,  ଜିଲ୍ଲା ରେ ଦିନକୁ ଦିନ ବଢିବାରେ ଲାଗିଛି କାରୋନା ସଂକ୍ରମିତ ଙ୍କ ସଂଖ୍ୟା । ଚିହ୍ନଟ ହେଉଥିବା  ସଂକ୍ରମିତଙ୍କ ମଧ୍ୟରୁ ଲୋକାଲ କେସ ମଧ୍ୟ ବଢୁଛି । ଭଦ୍ରକ ପୌରପାଳିକରେ ଆକ୍ରାନ୍ତଙ୍କ ସଂଖ୍ୟା ପର୍ଯ୍ୟାୟ କ୍ରମେ ବଢ଼ିବାରେ ଲାଗିଛି । ଏହିପ୍ରରିପେକ୍ଷୀରେ ଭଦ୍ରକ ସହରର ଏକତା ମାର୍କେଟ ନିକଟରେ ପ୍ରଶାସନ ପକ୍ଷରୁ ରାସ୍ତା କଡ଼ରେ ବସୁଥିବା ଉଠାଦୋକାନୀ ତଥା ଗ୍ରାହକମାନଙ୍କର କରୋନା ପରୀକ୍ଷା ପାଇଁ ଭ୍ରାମ୍ୟମାଣ କାରୋନା ଟ୍ରେସିଙ୍ଗ କରାଯାଇଥିଲା ।

{"id":306916,"sizeSlug":"large"}

ଏହି ଅସ୍ଥାୟୀ କେନ୍ଦ୍ରରେ ଉଠା ଦୋକାନୀ ଓ କିଛି ଗ୍ରାହକ ମାନେ ନିଜ ନିଜର ପରୀକ୍ଷା କରାଇଥିଲେ । ଏହି ଶିବିରରେ ୬୨ଟି ସ୍ୱାବ ସଂଗ୍ରହ କରାଯାଇଥିବା ବେଳେ ୩୯ଟି ଆଣ୍ଟିଜେନ ଟେଷ୍ଟ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଜଣେ ବ୍ୟବସାୟୀ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାକୁ ଦୃଷ୍ଟିରେ ରଖି ଭଦ୍ରକ ପୌରାଞ୍ଚଳର କଚେରିବଜାର ଓ ଏକତା ମାର୍କେଟ ୭୨ ଘଣ୍ଟା ସଟଡାଉନ ଘୋଷଣା କରାଯାଇଛି  । ସାନିଟାଇଜେସନ ଓ ସର୍ଭିଲାନ୍ସ ପାଇଁ ସଟଡାଉନ ଘୋଷଣା କରିଛି ଜିଲ୍ଲା ପ୍ରଶାସନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.