ଟ୍ରେନ୍‌ରୁ ମିଳିଲା ବନ୍ଧୁକ ଭର୍ତ୍ତି ବ୍ୟାଗ୍‌, ଯାତ୍ରୀ ଛାନିଆ

Published By : Prameya-News7 Bureau | September 11, 2021 IST

ହାଇଦ୍ରାବାଦ ୧୧।୦୯: ଟ୍ରେନ୍‌ରୁ ମିଳିଲା ଅସ୍ତ୍ରଶସ୍ତ୍ର ଭର୍ତ୍ତି ୨ଟି ବ୍ୟାଗ୍‌ । ଲୋକେ ଛାନିଆ । ରେଳବାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ୨ଟି ବ୍ୟାଗ୍‌କୁ ଜବତ କରିଛି ।ବ୍ୟାଗ୍‌ରୁ ୫ଟି ବନ୍ଧୁକ ଜବତହୋଇଥିବା ସୂଚନା ମିଳିଛି । ତେଲେଙ୍ଗାନା ଏକ୍ସପ୍ରେସ୍‌ରୁ ଜବତ ହୋଇଛି ବନ୍ଧୁକ ଭର୍ତ୍ତି ବ୍ୟାଗ୍‌ ।

ଖବର ଅନୁଯାୟୀ, ତେଲେଙ୍ଗାନା ଏକ୍ସପ୍ରେସ୍‌ ଜମ୍ମୁ ଅଭିମୁଖେ ଯାଉଥିଲେ । ଟ୍ରେନ୍‌ର ଜେନେରାଲ କୋଚ୍‌ରେ ଏକ ବ୍ୟାଗ୍‌ ଥିବାର ଦେଖିବାକୁ ମିଳିଥିଲେ । ବହୁ ସମୟ ଧରି ବ୍ୟାଗ୍‌କୁ କେହି ନନେବାରୁ ଅଧିକ ସନ୍ଦେହ ସୃଷ୍ଟି ହୋଇଥିଲା । ଏହାପରେ ତୁରନ୍ତ ରେଳବାଇ ପୋଲିସକୁ ଖବର ଦିଆଯାଇଥିଲା । ରେଳବାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବ୍ୟାଗ୍‌କୁ ଜବତ କରିଛି । ବ୍ୟାଗ୍‌କୁ ଜବତ ପରେ ଛାନ୍‌ଭିନ୍‌ କରିଥିଲା ପୋଲିସ ।

ତେବେ ଜବତ ବ୍ୟାଗ୍‌ରୁ ୫ଟି ବନ୍ଧୁକ ଓ ୨୩ଟି ଖୋକା ଜବତ ହୋଇଛି । ଏହାସହିତ ବ୍ୟାଗ୍‌ରୁ ମୋବାଇଲ୍‌, ବନ୍ଧୁକ ଲାଇସେନ୍ସ ଓ ସିକ୍ୟୁରିଟି ଆଇକାର୍ଡ ମଧ୍ୟ ଜବତ ହୋଇଛି । ଏଥିରେ ୨ଜଣଙ୍କ ନାଁ ରହିଛି । ସେପଟେ ଘଟଣାକୁ ନେଇ ଏକ ମାମଲା ରୁଜୁ କରିଛି ଜିଆର୍‌ପି । ମାମଲାର ଛାନ୍‌ଭିନ୍‌ ଜାରି ରଖିଛି । ଅଜ୍ଞାତ ଲୋକଙ୍କ ନାଁରେ ମାମଲା ମଧ୍ୟ ରୁଜୁ କରିଛି ଜିଆର୍‌ପି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.