ବିଡିଓଙ୍କ ଅଫିସ୍ ଆଗରେ ଠିକାଦାରଙ୍କ ଆତ୍ମହତ୍ୟା ଉଦ୍ୟମ, ରାସ୍ତା କାମ କରି ପାଇନଥିଲେ ବିଲ୍

Published By : Prameya-News7 Bureau | March 11, 2020 IST

ସୋର ୧୧।୩: ରାସ୍ତାକାମ କରି ବିଲ୍ ପାଇନଥିବାରୁ ଦୁଇ ଠିକାଦାର ପେଟ୍ରୋଲ ବୋତଲ ଧରି ବିଡିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଏହି ସମୟରେ ବ୍ଲକ୍ ପରିସରରେ ସରପଞ୍ଚଙ୍କ ସହ ଜିଲ୍ଲାପାଳ ସମୀକ୍ଷା ବୈଠକ କରୁଥିଲେ । ଆତ୍ମହତ୍ୟା ଉଦ୍ୟମ କରିଥିବା ଦୁଇ ଠିକାଦାରଙ୍କୁ ପୋଲିସ ଉଦ୍ଧାର କରିଛି ।

{"id":236498,"sizeSlug":"large"}

ସୂଚନାଯୋଗ୍ୟ ଯେ, ୨୦୧୮ ମସିହାରେ ପାଖର ପଞ୍ଚାୟତର କରଞ୍ଜ-ଗୋହିରୀ ରାସ୍ତା କାମ କରି ବିଲ୍ ପାଉ ନଥିଲେ ଦୁଇ ଠିକାଦାର । ତେବେ ଉଭୟ ବିଲ୍ ପାଇଁ ବ୍ଲକରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଦୌଡି ଦୌଡି ନିରାଶ ହୋଇଥିଲେ ।

{"id":236499,"sizeSlug":"large"}

ଫଳରେ ଅନ୍ୟ ଉପାୟ ନପାଇ ବୁଧବାର ସକାଳେ ପେଟ୍ରୋଲ ବୋତଲ ଧରି ଉଭୟ ଆତ୍ମହତ୍ୟା ପାଇଁ ବିଡିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ତେବେ ଉଭୟ ପେଟ୍ରୋଲ ବୋତଲ ଖୋଲି ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିବା ବେଳେ ସୋର ପୋଲିସ ଉଭୟଙ୍କୁ ଉଦ୍ଧାର କରି ଅଟକ ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.