ବ୍ରହ୍ମପୁର ରେଳୱେ ଷ୍ଟେସନରୁ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ, ଦୁଇ ଗିରଫ

Published By : Prameya-News7 Bureau | February 26, 2020 IST

ବ୍ରହ୍ମପୁର ୨୬।୨: ବ୍ରହ୍ମପୁର ରେଳୱେ ଷ୍ଟେସନ ୪ ନମ୍ବର ପ୍ଲାଟଫର୍ମରୁ ୨୫ କିଲୋ ୪୦୦ ଗ୍ରାମ୍ ଗଞ୍ଜେଇ ଜବତ। ଗତକାଲି ରାତିରେ ପ୍ଲାଟଫର୍ମରେ ତଦାରଖ ବେଳେ ଚୋରା ଗଞ୍ଜେଇ ଚାଲାଣ ବେଳେ ଧରାପଡିଥିବା ସୂଚନା ମିଳିଛି ।

{"id":229493,"sizeSlug":"large"}

ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ଲକ୍ଷେ ୫୨ହଜାର ୪୦୦ଟଙ୍କା ହେବ ବୋଲି ଆକଳନ କରିଛନ୍ତି । ବ୍ରହ୍ମପୁର ଜିଆରପି, ଆରପିଏଫ, ଖୋର୍ଦ୍ଧା ସିପିଡିଏସ, ଏସଆଇବି ପ୍ରମୁଖ ମିଳିତ ଚଢାଉ କରି ଜବତ କରିଛନ୍ତି । ଅଭିଯୋଗରେ ଦୁଇ ଜଣ ଗିରଫ ହୋଇଛନ୍ତି । ଗିରଫ ଦୁଇ ଜଣ ହେଲେ ଗଜପତି ଜିଲ୍ଲା ଚନ୍ଦ୍ରଗିରି ଅଞ୍ଚଳର କେ. ଆଶିଷ କୁମାର ପାତ୍ର ଏବଂ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶ୍ରୀରାମ ନଗର ସାହିର ବିମଳ ବସ୍ତିଆ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.