ପୋଲିସ ଚାକିରୀ ଦେବାକୁ କହି ଠକି ନେଲେ ଦେଢ କୋଟି, ୨ ଠକକୁ ବାନ୍ଧିଲା ଇଓଡବ୍ଲୁ

Published By : Prameya-News7 Bureau | November 12, 2021 IST

ଭୁବନେଶ୍ବର ୧୨।୧୧: ପୋଲିସ ଚାକିରୀ ଦେବା ନାଁରେ ଠକେଇ ଅଭିଯୋଗ । ଦେଢ଼ କୋଟି ଟଙ୍କା ଠକିନେଲା ଠକ । ଦୁଇ ଜଣ ଠକକୁ ଗିରଫ କଲା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା । ଗିରଫ ଦୁଇ ଅଭିଯୁକ୍ତ ହେଲେ ବୈକୁଣ୍ଠ ନାଥ ନାୟକ ଓ ଭୀମସେନ ମହାରଣା ।

ସୂଚନାଯୋଗ୍ୟ ଯେ, ୩୮ ଜଣ ଆଶାୟୀଙ୍କଠାରୁ ପାଖାପାଖି ଦେଢ଼ କୋଟି ଠକିନେଇଥିଲେ ଏହି ଦୁଇ ଠକ । ପୋଲିସ ବିଭାଗର ସିପିଏସି ପରୀକ୍ଷାରେ ଚାକିରୀ କରେଇ ଦେବା ନାଁରେ କରିଥିଲେ ଠକେଇ । ନିଜକୁ ଗୃହ ବିଭାଗର ସେକ୍ସନ ଅଫିସର କହି ଠକେଇ କରିଥିଲେ । ଗିରଫ ବେଳେ ତାଙ୍କ ନିକଟରୁ ୧୨ ଏଟିଏମ କାର୍ଡ଼, ଜାଲି ପରିଚୟ ପତ୍ର ଜବତ ହୋଇଛି । ଅଭିଯୁକ୍ତମାନଙ୍କ ସମସ୍ତ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ କଲା ଇଓଡବ୍ଲୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.