ଚୋରା ଚାଲାଣ ବେଳେ ବଜ୍ରକାପ୍ତା ଉଦ୍ଧାର, ଦୁଇ ଗିରଫ

Published By : Prameya-News7 Bureau | May 21, 2020 IST

ଆଠଗଡ ୨୧।୫: ଚୋରା ଚାଲାଣ ବେଳେ ଏକ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିଛି ଆଠଗଡ଼ ବନବିଭାଗ । ଖୁଣ୍ଟୁଣୀ ରେଞ୍ଜ ନୂଆପାଟଣା ମଧୁସୁଦନ ସେତୁ ନିକଟରୁ ରେଢ଼ାଖୋଲରୁ ଆସୁଥିବା ଏହି ବିରଳ ପ୍ରଜାତିର ପ୍ରାଣୀକୁ ଉଦ୍ଧାର କରାଯାଇଛି ।

{"id":273557,"sizeSlug":"large"}

ଏହାସହ ଏଥିରେ ସଂପୃକ୍ତ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ କଟକ ଶିଖରପୁରର ମନୋଜ ଦଳେଇ ଏବଂ କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ଅଞ୍ଚଳର ଚନ୍ଦ୍ରମଣୀ ଜେନା । ସେମାନଙ୍କ ନିକଟରୁ ବଜ୍ରକାପ୍ତା ସହିତ ଏକ ଭେସ୍ପା ସ୍କୁଟର ଜବତ କରାଯାଇଛି । ଗିରଫ ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.