୧୦୦୦ ଲିଟରରୁ ଅଧିକ ଦେଶୀମଦ ଜବତ, ୨ ଗିରଫ

Published By : Prameya-News7 Bureau | March 18, 2020 IST

ଆନନ୍ଦପୁର ୧୮।୩: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା କଣ୍ଟିପାଳ ଅଞ୍ଚଳରେ ଚୋରା ଦେଶୀମଦ ପ୍ରସ୍ତୁତି ଓ ବିକ୍ରୟ ହେଉଥିବା ନେଇ  ବିଭନ୍ନ ସମୟରେ ଅଭିଯୋଗ ହେଉଛିଲା । ହେଲେ ଅବକାରୀ ବିଭାଗ କିମ୍ବା ପୋଲିସ ଏଥିପ୍ରତି ଦୃଷ୍ଟି ଦେଉନଥିବାବେଳେ ବୁଧବାର କେନ୍ଦୁଝର ପୋଲିସ ସ୍ପେଶାଲ ସ୍କ୍ବାର୍ଡ ସ୍ଥାନୀୟ ଅଞ୍ଚଳରେ ଅଚାନକ ଚଢାଉ କରିଥିଲା ।

{"id":240244,"sizeSlug":"large"}

ଚଢାଉ ବେଳେ ୨ହଜାର ଲିଟରରୁ ଉର୍ଦ୍ଧ୍ବ ଦେଶୀମଦ ଜବତ କରିବା ସହ ମଦ ପ୍ରସ୍ତୁତି ପାଇଁ ରହିଥିବା ପ୍ରାୟ ୫ କ୍ବିଣ୍ଟାଲ  ପୋଚ ନଷ୍ଟ କରିଛି । ମଦ କାରବାର କରୁଥିବା ୨ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ସ୍ଥାନୀୟ ଅଞ୍ଚଳର ସୁବାସ ନାୟକ ଓ ନିତ୍ୟାନନ୍ଦ ଦେହୁରୀ ।

{"id":240245,"sizeSlug":"large"}

ଚଢାଉ ସମୟରେ ଅନ୍ୟକେତେକ ମଦ  ବ୍ୟବସାୟୀ ଖସି ପଳାଥିବା ସୂଚନା ମିଳିଛି । ଏଥିସହ  ମଦ କାରବାରରେ ବ୍ୟବହୃତ ବଡବଡ ଜାର ସବୁକୁ ପୋଲିସ ଭାଙ୍ଗି ଦେଇଛି । ଏହି କାରବାରରେ ସଂପୃକ୍ତ ଅନ୍ୟ କେତେକ ଲୋକଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ସ୍ପେଶାଲ ସ୍କ୍ବାର୍ଡ ତରଫରୁ ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.