ଜଙ୍ଗଲରୁ ପୁଣି ବାଘଛାଲ ଜବତ, ଜଣେ ଶିକାରୀକୁ ଗିରଫ କଲା କ୍ରାଇମବ୍ରାଞ୍ଚ STF

Published By : Prameya-News7 Bureau | June 13, 2020 IST

ନୟାଗଡ ୧୩।୦୬: ରାଜ୍ୟରେ ଦିନକୁ ଦିନ ବଢିଚାଲିଛି ବାଘ ଛାଲ୍‌ ରାକେଟ । ପୁଣି ଥରେ ଜବତ ହୋଇଛି ବାଘ ଛାଲ୍‌ ।  ନୟାଗଡ ଜିଲ୍ଲା ରଣପୁର ମଣିନାଗ ଜଙ୍ଗଲରୁ ପୁଣି ୨ଟି ବାଘ ଛାଲ ଜବତ କଲା କ୍ରାଇମବ୍ରାଞ୍ଚ STF ।

{"id":285564,"sizeSlug":"large"}

ସୂଚନାଯୋଗ୍ୟ ଯେ, ଏହି ଚୋରା ବାଘ ଛାଲ କାରବାର ଅଭିଯୋଗରେ ଜଣେ ଶିକାରୀକୁ ଗିରଫ କରାଯାଇଛି । ଏହି ଶିକାରୀ ଜଣଙ୍କ ନୟାଗଡ଼ ଚାନ୍ଦପୁର ଜାମୁଗଣ୍ଡାର ଲକ୍ଷ୍ମୀଧର ନାୟକ ।ଆଗରୁ ସେହି ନୟାଗଡ ଜିଲ୍ଲା ଦଶପଲ୍ଲା ଗଣିଆ ଜଙ୍ଗଲରୁ ୨ଟି ବାଘ ଛାଲ ସହ ୨ଟି ହରିଣ ଛାଲ ଜବତ କରାଯାଇଥିଲା । ଛାଲ କାରବାର ନେଇ ୨ବେପାରୀ ଏବଂ ୩ଶିକାରୀଙ୍କୁ ମଧ୍ୟ ଗିରଫ କରାଯାଇଥିଲା । ଏହି ଅଞ୍ଚଳରେ ଶିକାରୀ ସକ୍ରିୟ ଥିବା ସୂଚନା ମିଳିବା ପରେ କ୍ରାଇମବ୍ରାଞ୍ଚ STF ଲଗାତର ରେଡ୍ କରୁଛି ।  କିଛି ଦିନ ତଳେ ନୟାଗଡ ଜିଲ୍ଲାରୁ ବାଘ ଛାଲ ରାକେଟର ପର୍ଦ୍ଦାଫାଶ କରିଥିଲା କ୍ରାଇମବ୍ରାଞ୍ଚ STF । ୨ଟି କଲରା ପତରିଆ ବାଛ ଛାଲ ଓ ହରିଣ ଛାଲ ଜବତ କରାଯାଇଥିଲା । ନୟାଗଡ ଜିଲ୍ଲା ଦଶପଲ୍ଲା ଅଞ୍ଚଳରୁ ଜବତ କରିଥିଲା STF । ବାଘ ଛାଲ ରାକେଟ ଅଭିଯୋଗରେ ୨ବେପାରୀଙ୍କୁ ଗିରଫଙ୍କ ମଧ୍ୟ ଗିରଫ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.