ଯୁବତୀଙ୍କୁ ନିଶାସକ୍ତ କରି ଅସଦାଚରଣ ଅଭିଯୋଗ, ବିଦ୍ୟୁତ ବିଭାଗ ଯନ୍ତ୍ରୀଙ୍କ ସହ ୨ ଗିରଫ

Published By : Prameya-News7 Bureau | September 21, 2021 IST

ସୁବର୍ଣ୍ଣପୁର ୨୧।୯: ଯୁବତୀଙ୍କୁ ନିଶାସକ୍ତ କରି ଅସଦାଚରଣ କରିବା ଅଭିଯୋଗ । ସମ୍ପୃକ୍ତି ଅଭିଯୋଗରେ ଟାଉନ ଥାନା ପୋଲିସ ଦୁଇ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ୨ ଜଣଙ୍କ ମଧ୍ୟରେ ଜଣେ ବିଦ୍ୟୁତ୍‌ ବିଭାଗ ଯନ୍ତ୍ରୀ ଥିବା ଜଣାପଡିଛି । ଏଭଳି ଲଜ୍ଜାଜନକ ଘଟଣା ସୁବର୍ଣ୍ଣପୁର ଜିଲ୍ଲାରେ ଘଟିଛି । ଗିରଫ ୨ ଜଣ ହେଲେ ଗଣେଶ ସାହୁ ଏବଂ ବିଦ୍ୟୁତ ବିଭାଗ ଯନ୍ତ୍ରୀ ଶଶୀକାନ୍ତ ସେଠୀ ।  ଅତ୍ୟଧିକ ନିଶାରୁ ଯୁବତୀ ଜଣଙ୍କ ଘରୁ ପଦାକୁ ଆସି ହଙ୍ଗାମା କରିବା ପରେ ପୋଲିସ ଖବର ପାଇ ରାସ୍ତାରୁ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା ।  ସୁସ୍ଥ ହେବା ପରେ ପୀଡ଼ିତାଙ୍କ ବୟାନକୁ ରେକର୍ଡ କରିବା ସହ ପୋଲିସ ଦୁଇ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସହରର ଗୋକରନେଶ୍ବର ପଡା ରାସ୍ତାରୁ ନିଶାସକ୍ତ ଯୁବତୀକୁ ପୋଲିସ ଉଦ୍ଧାର କରି ପିସିଆର ଭ୍ୟାନରେ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା । ନିଶା ଛାଡିବା ପରେ ଯୁବତୀଙ୍କ ବୟାନକୁ ଆଧାର କରି ଯୁବତୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ପୋଲିସ ସହରର ଦୁଇ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ତେବେ ଯୁବତୀ ଜଣଙ୍କ ଜିଲ୍ଲାର ସୁବଲୟା ଅଞ୍ଚଳର ଓ ସେ ବୀରମହରାଜପୁର ସ୍ବାଧାର ଗୃହରେ ଆଶ୍ରୟ ନେଇଥିବା ବେଳେ ଅନେକ ସମୟରେ ସେଠାରୁ ବାହାରି ଆସୁଥିବା ଜଣାପଡ଼ିଛି। ଯୁବତୀ ଜଣଙ୍କ ସମ୍ବଲପୁର ଯାଉଥିବା ବେଳେ ଯୁବତୀଙ୍କୁ ବାଟରୁ ଫେରେଇ ଆଣି ନିଶାସକ୍ତ କରି ଏକ ଘରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଅତ୍ୟଧିକ ନିଶା ହୋଇଯିବାରୁ ଯୁବତୀ ଜଣଙ୍କ ଘରୁ ପଦାକୁ ବାହାରି ଆସି ହଙ୍ଗାମା କରିଥିଲେ। ତେବେ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରିଥିଲେ। ଅଭିଯୁକ୍ତ ଦୁଇ ଯୁବକ ତା ସହିତ ଅସଦାଚରଣ କରିଥିବା ପୋଲିସ ଆଗରେ ସ୍ବୀକାର କରିଛନ୍ତି । ପୋଲିସ ପ୍ରିଭେନସନ ଅଫ ଇମମୋରାଲ ଟ୍ରାଫିକିଂ ଆକ୍ଟ ଓ ଭାରତୀୟ ପିଙ୍ଗଳ ଆଇନ ୩୭୦(୨) ଧାରାରେ ଏକ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଦୁଇ ଜଣ ସହରର ସ୍ବେଚ୍ଛାସେବୀ ବୋଲାଉଥିବା ଗଣେଶ ସାହୁ ଓ ବିଦ୍ୟୁତ ବିଭାଗର ଜଣେ ଯନ୍ତ୍ରୀ ଶଶୀକାନ୍ତ ସେଠୀ ବୋଲି ପୋଲିସ ସୂଚନା ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.