ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣାରେ ଦୁଇ ଜଣ ଗିରଫ

Published By : Prameya-News7 Bureau | January 15, 2020 IST

ବ୍ରହ୍ମପୁର ୧୫।୧: ଗଞ୍ଜାମ ଜିଲ୍ଲା ସୋନପୁର ମେରାଇନ୍ ଥାନା ଅଞ୍ଚଳରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ । ନାବାଳିକାଙ୍କର ୧୬୪ ଧାରାରେ ବୟାନ ରେକର୍ଡ କରାଯାଇଛି । ଅଭିଯୋଗ ଆଧାରରେ ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ବ୍ରହ୍ମପୁର ଏସପି ପିନାକ ମିଶ୍ର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

{"id":211577,"sizeSlug":"large"}

ସୂଚନାଯୋଗ୍ୟ ଯେ, ଗତ ୧୧ ତାରିଖ ରାତିରେ ନାବାଳିକା ଜଣଙ୍କ ଶୌଚ ପାଇଁ ଯାଇଥିବା ବେଳେ ଦୁଇ ଜଣ ଯୁବକ ଗଣଦୁଷ୍କର୍ମ କରି ସୋନପୁର ବାହୁଦା ନଦୀ ପଠାରେ ଅଚେତ୍ ଅବସ୍ଥାରେ ପକାଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ତା ପରଦିନ ଅର୍ଥାତ୍ ୧୨ ତାରିଖରେ ନାବାଳିକା ଜଣଙ୍କ ଘରକୁ ଫେରିଥିବାବେଳେ ମୁମୂର୍ଷୁ ଅବସ୍ଥାରେ ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା ।

{"id":191558,"sizeSlug":"large"}

ମେରାଇନ୍ ପୋଲିସ ଥାନାରେ ପରିବାରବର୍ଗ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ କରି ଦୁଇ ଜଣଙ୍କୁ ଗିରଫ କରିଥିବା ବ୍ରହ୍ମପୁର ଏସପି ପିନାକ ମିଶ୍ର କହିଛନ୍ତି । ଘଟଣା ନେଇ ଅଧିକ ତଦନ୍ତ ଚାଲିଛି । ତଦନ୍ତ ପରେ ଆଉ କାହାର ସଂପୃକ୍ତି ରହିଛି କି ନାହିଁ ଜଣାପଡିବ । ନାବାଳିକା ପୀଡିତାଙ୍କୁ ବଡ ମେଡିକାଲରେ ଚିକିତ୍ସିତ କରାଯାଉଥିବା ଏସପି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.