Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||
  • ସାଲେପୁର : ଟ୍ରକକୁ ଧକ୍କାଦେଲା ଆଉ ଏକ ଟ୍ରକ, ଜଣେ ମୃତ
  • ||

ଋଣ ଦେବା ନାଁରେ ଦଲାଲ ଖାଇଗଲେ ଲକ୍ଷାଧିକ ଟଙ୍କା : ଦୁଇ ଗିରଫ, ୩ ଫେରାର

4/01/2020 at 10:41 AM

ରାଇରଙ୍ଗପୁର ୪।୧: ଋଣ ଦେବା ନାଁରେ ଦଲାଲ ଖାଇଗଲେ ଲକ୍ଷାଧିକ ଟଙ୍କା । ଥାନାରେ ଅଭିଯୋଗ ପରେ ଦୁଇ ଦଲାଲ ଗିରଫ ହୋଇଥିବାବେଳେ ୩ ଜଣ ଦଲାଲ ଫେରାର ହୋଇଯାଇଛନ୍ତି । ନିରୀହ ଆଦିବାସୀଙ୍କୁ ଫ୍ରି ଲୋନ୍ କରିଦେବା କହି ହିତାଧିକାରୀଙ୍କଠାରୁ ୨୦ଲକ୍ଷ ଟଙ୍କା ହଡପ କରି ନେଇଥିଲେ ।

ଏଭଳି ଏକ ଘଟଣା ସାମନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ହିକେଇସାହିରୁ । ୨୦୧୫-୧୬ ଆର୍ଥିକ ବର୍ଷରେ ଫ୍ରି ଲୋନ୍ ଯୋଜନା ଆସିଥିବା କହି ଲୋକଙ୍କୁ ପ୍ରଲୋଭିତ କରାଯାଇଥିଲା । ଘରକୁ ଘର ଯାଇ ଦଲାଲମାନେ ଲୋକଙ୍କୁ ପରିଶୋଧମୁକ୍ତ ଲୋନ୍ ମିଳୁଥିବା କହି ବ୍ୟାଙ୍କ ଅଫ୍ ଇଣ୍ଡିଆ ଈଚିଣ୍ଡା ଶାଖାକୁ ଡ଼ାକିଥିଲେ ।

ଦଲାଲମାନେ ବ୍ୟାଙ୍କ ସହ ସଲାସୁତୁରା କରି ନିରୀହ ଆଦିବାସୀଙ୍କ ନାଁରେ କୃଷି ଲୋନ୍ କରାଇ ଲୋନ୍ ରାଶିର ତିନିଭାଗ ରଖି ଏକ ଭାଗ ହିତାଧିକାରୀଙ୍କୁ ପ୍ରଦାନ କରୁଥିଲେ । ହିକେଇସାହିର ୫୧ଜଣ ହିତାଧିକାରୀଙ୍କଠାରୁ ୨୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଠକି ନେଇଥିଲେ ।

   Related Posts