Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ଯୁବକଙ୍କୁ କାଠ ଫାଳିଆରେ ପିଟି ପିଟି ମାରିଦେଲେ, ଦୁଇ ଗିରଫ

26/10/2020 at 5:28 PM

ରାଉରକେଲା ୨୬।୧୦: ନୂଆଖାଇ ଭେଟଘାଟରେ ହତ୍ୟାକାଣ୍ଡ । ରାଉରକେଲା ବିଶ୍ରା ଥାନା ବାରିଲେପ୍ତା ପଞ୍ଚାୟତ ଗୀର୍ଜାଟୋଲି ଗାଁରେ ଘଟିଛି ହତ୍ୟାକାଣ୍ଡ । ସନାତନ ତିଗାରର କାଠ ଫାଳିଆ ମାଡରେ ସଞ୍ଜିତ ଲାକ୍ରାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି ।

ସୂଚନାଯୋଗ୍ୟ ଯେ, ରବିବାର ବିଳମ୍ବିତ ରାତିରେ ହୋଇଛି ହତ୍ୟାକାଣ୍ଡ । ଗାଁରେ ନୂଆଖାଇ ଭେଟଘାଟର ଆୟୋଜନ ହୋଇଥିଲା । ନୂଆଖାଇ ଭେଟଘାଟ ଭୋଜିରେ ସମସ୍ତେ ଖାଇସାରିବା ପରେ ନିଶାସକ୍ତ ଅବସ୍ଥାରେ ସେହି ଗାଁର ସନାତନ ତିଗାର ସହ ସଞ୍ଜିତ ଲାକ୍ରା ମଧ୍ୟରେ ବଚସା ହୋଇଥିଲା। ବଚସା ଉଗ୍ରରୂପ ନେଇଥିଲା । ସନାତନ ତିଗାରର କାଠ ଫାଳିଆ ମାଡରେ ସଞ୍ଜିତ ଲାକ୍ରାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି ।

ଖବର ପାଇ ଆଜି ସକାଳୁ ବିଶ୍ରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ହତ୍ୟାକାଣ୍ଡରେ ବ୍ୟବହାର ହୋଇଥିବା କାଠ ଫାଳିଆ ଜବତ କରିବା ସହ ଅଭିଯୁକ୍ତ ସନାତନ ତିଗାର ସହ ତାଙ୍କ ବନ୍ଧୁ ଆଲୋକ ତିର୍କିକୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେପଟେ ଶବ ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।

   Related Posts