Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||
  • ଟାଙ୍ଗୀ : ତାରିଣୀ ଦର୍ଶନ ସାରି ଫେରୁଥିଲେ, ଅଧାରାସ୍ତାରେ ଧକ୍କା ଦେଲା ଟ୍ରକ, ଚାଲିଗଲା ୩ ଜୀବନ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ ସ୍ମାର୍ଟ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||

୮ଶହ ଟଙ୍କା ଭାଗ ଛିଡିଲାନି, ବୃଦ୍ଧଙ୍କୁ ପଥରରେ ଛେଚି ମାରିଦେଲେ ଦୁଇ ଜଣ

1/10/2020 at 4:00 PM

ପାଟଣା ୧।୧୦: କେନ୍ଦୁଝର ଜିଲ୍ଲା ପାଟଣା ଥାନା ଡିଆନାଳି ଗ୍ରାମରେ ଗତ ରବିବାର ଜଣେ ବୃଦ୍ଧଙ୍କ ମୃତଦେହ ପାଟଣା ପୋଲିସ ଉଦ୍ଧାର କରିଥିଲା । ମୃତ ବୃଦ୍ଧ ହେଲେ ଡିଆନାଳିର ରଇବୁ ମୁଣ୍ଡା। ରଇବୁଙ୍କୁ ଅତି ନୃଶଂସ ଭାବରେ ମୁଣ୍ଡକୁ ଛେଚି ହତ୍ୟା କରାଯାଇଥିଲା । ଏହି ଘଟଣାର ତଦନ୍ତ କରି ପାଟଣା ପୋଲିସ ଦୁଇ ଜଣଙ୍କୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ହେଲେ ଡିଆନାଳି ଗ୍ରାମର ୪୭ ବର୍ଷ ବୟସ୍କ ପେଟେରା ମୁଣ୍ଡା ଓ ୪୫ ବର୍ଷ ବୟସ୍କ ପୂର୍ଣ୍ଣ ମୁଣ୍ଡା ।

ପୋଲିସର ସୂଚନା ଅନୁଯାୟୀ ଗ୍ରାମର ଜଣଙ୍କ ବଳଦର ମୃତ୍ୟୁ ଘଟିଥିଲା । ଉକ୍ତ ବଳଦକୁ ପୋତିବାକୁ ରଇବୁଙ୍କ ସମେତ ଦୁଇ ଅଭିଯୁକ୍ତ ୮ଶହ ଟଙ୍କା ନେଇଥିଲେ । ଉକ୍ତ ଟଙ୍କାର ଭାଗ ତିନି ଜଣଙ୍କ ମଧ୍ୟରେ ଛିଡି ନଥିବାରୁ ରଇବୁଙ୍କୁ ପଥରରେ ଛେଚି ଅତି ନୃଶଂସ ଭାବରେ ହତ୍ୟା କରିଥିଲେ ଅନ୍ୟ ଦୁଇ ଜଣ । ପାଟଣା ପୋଲିସ ରଇବୁଙ୍କ ହତ୍ୟାକାଣ୍ଡ ଘଟଣାର ତଦନ୍ତ କରି ଦୁଇ ଅଭିଯୁକ୍ତ ପେଟେରା ମୁଣ୍ଡା ଓ ପୂର୍ଣ୍ଣ ମୁଣ୍ଡାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

   Related Posts