Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||
  • ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ
  • ||
  • ମାଲକାନଗିରି : କମ୍ବିଂ ଅପରେସନ ସାରି ଫେରୁଥିବା ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ : ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ୍ ସହିଦ, ୯ଯବାନ ଆହତ
  • ||

ସାରସଦାଦର ଜଙ୍ଗଲରେ ହାତୀ ଶିକାର ଘଟଣାରେ ୨ଗିରଫ ସହ କୋର୍ଟ ଚାଲାଣ

23/11/2019 at 12:34 PM

ସୋନପୁର ୨୩।୧୧: ସୋନପୁର  ଜିଲ୍ଲା ଉଲୁଣ୍ଡା ରେଞ୍ଚ  ସାରସଦାଦର ସଂରକ୍ଷିତ ଜଙ୍ଗଲରେ ଦାନ୍ତ ପାଇଁ ଦନ୍ତା ଶିକାର ଘଟଣା  ।  ହାତୀ ମାରିବା ପାଇଁ ବିଦ୍ୟୁତ ତାର ବିଛାଇଥିବା ଅଭିଯୋଗରେ  ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି  ।  ସାରସଦାଦର ଗାଁର ଲକ୍ଷଣ ପଟା ଏବଂ ରବି ଧରୁଆ ନାମକ ଦୁଇଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ଉଭୟଙ୍କ ଠାରୁ ଠାରୁ ୭୧୪ ମିଟର ଲୁହା ଏବଂ ବିଦ୍ୟୁତ ତାର ଜବତ ହୋଇଛି   । ହାତୀ ମୃତ୍ୟୁ ଘଟଣାରେ ସଂପୃକ୍ତି ନେଇ ଦୁଇଜଣ ସ୍ବୀକାର କରିଥିବା ବନ ବିଭାଗ ପକ୍ଷରୁ ସୂଚନା ଦେଇଛି ।

ସୂଚନାଯୋଗ୍ୟ ଯେ , ଉଲୁଣ୍ଡା ସାରସଦାଦାର ଜଙ୍ଗଲରେ  ଦନ୍ତା ହାତୀକୁ ମାରି ଦାନ୍ତକୁ କିଏ କାଢି ନେଇ ଯାଇଥିବାର ଦେଖିବାକୁ ମିଳିଥିଲା । ଦୀର୍ଘ ଦିନ ହେଲେ  ଉଲୁଣ୍ଡା ରେଞ୍ଚରେ ଏମିତି ବିଦ୍ୟୁତ ତାର ବିଛାଇ ଜନ୍ତୁ ଶିକାର  ଚାଲୁଛି  । ଗିରଫ କରାଯାଇଥିବା ଅଭିଯୁକ୍ତଙ୍କ ନିକଟରୁ  ହାତୀ ଦାନ୍ତକୁ ଉଦ୍ଧାର କରିବାରେ ସଫଳ ହୋଇନାହିଁ ବନ ବିଭାଗ  । ଅତି ଶୀଘ୍ର ଏହି ହାତୀ ମୃତ୍ୟୁ ଘଟଣାରେ ଆଉ କିଏ କିଏ ସଂପୃକ୍ତ ଅଛନ୍ତି ତାଙ୍କୁ ଧରିବା ପାଇଁ ସ୍ବତନ୍ତ୍ର ଟିମ ଗଠନ କରାଯାଇ ବୋଲି ଡି.ଏଫ୍.ଓ ସୂଚନା ଦେଇଛନ୍ତି  ।

   Related Posts