Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ରାଜଧାନୀରୁ ବ୍ରାଉନସୁଗାର ଜବତ, ୪ ଗିରଫ

29/02/2020 at 3:44 PM

ଭୁବନେଶ୍ବର ୨୯।୨: ରାଜଧାନୀରୁ ବ୍ରାଉନସୁଗାର ଜବତ । ୩୦ ଗ୍ରାମ୍ ବ୍ରାଉନସୁଗାର ଜବତ କରିଛି ଧଉଳି ଥାନା ପୋଲିସ । ସେହିଭଳି କଟକ ଚୌଦ୍ବାର ନିକଟରୁ ୪୦ ଗ୍ରାମ୍ ବ୍ରାଉନସୁଗାର ସହିତ ଏକ ପିସ୍ତଲ ଜବତ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ ।

ରାଜଧାନୀରୁ ପୁଣି ଧଳା ଜହର ଜବତ । ୩୦ ଗ୍ରାମ୍ ବ୍ରାଉନସୁଗାର ସହିତ ବାଇକ୍, ମୋବାଇଲ ଓ ଟଙ୍କା ଜବତ କରିଛି କମିସନରେଟ୍ ଅଧିନ ଧଉଳି ଥାନା ପୋଲିସ । ବ୍ରାଉନସୁଗାର ବେପାର କରୁଥିବା ବଳଙ୍ଗା ଥାନା ଅଞ୍ଚଳର ପପୁ ଓରଫ ସୁନିଲ ଦାସ ଓ ପୁରୀ କୁମ୍ଭାରପଡା ଘୋଡା ବଜାରର ବିସ୍ମୟ ପଟ୍ଟନାୟକକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।

ସେହିଭଳି କ୍ରାଇମବ୍ରାଞ୍ଚର ଏସଟିଏଫ ହାତରେ ଧରାପଡିଛନ୍ତି ଦୁଇ ବ୍ରାଉନସୁଗାର ବେପାରୀ । ଏମାନଙ୍କଠାରୁ ୪୦ଗ୍ରାମ୍ ବ୍ରାଉନସୁଗାର ସହିତ ଏକ ଦାମୀ କାର୍, ରିଭଲଭର, ୪ଟି ଅଫୁଟା ଗୁଳି ମଧ୍ୟ ଜବତ କରାଯାଇଥିବା କହିଛନ୍ତି ଏସଟିଏଫ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ । ଏସଟିଏଫ ଦ୍ବାରା ଗିରଫ ଦୁଇ ଯୁବକ ହେଲେ ଭୁବନେଶ୍ବର ନୟାପଲ୍ଲୀ ଅଞ୍ଚଳର ଅନନ୍ତ ସାହୁ ଓ ଦିପ୍ତି ବାରିକ । ଏମାନେ ସମସ୍ତେ ବାଲେଶ୍ବର ଜଳେଶ୍ବରରୁ ବ୍ରାଉନସୁଗାର ଆଣି ଭୁବନେଶ୍ବର କଟକ ଓ ପୁରୀ ଅଞ୍ଚଳରେ ଛୋଟ ଛୋଟ ବେପାରୀମାନଙ୍କୁ ଦେଇ ଅଧିକ ଲାଭ ପାଉଥିଲେ । ଜବତ ସମୁଦାୟ ବ୍ରାଉନସୁଗାରର ମୂଲ୍ୟ ୯ ଲକ୍ଷ ଟଙ୍କା ହେବ ।

ଗତ ଦୁଇମାସ ମଧ୍ୟରେ ଏସଟିଏଫ ବ୍ରାଉନସୁଗାର ବେପାର କରୁଥିବା ୨୬ଜଣ ବେପାରୀଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ଏକ କେ.ଜି. ୩୫୦ ଗ୍ରାମ ବ୍ରାଉନସୁଗାର ଜବତ କରିସାରିଛି । ଏମାନଙ୍କ ନିକଟରୁ ୧୩ ଲକ୍ଷ ୨୦ ହଜାର ଟଙ୍କା, ପିସ୍ତଲ, ଗୁଳି ସହ କାର ଜବତ କରିବାରେ ସଫଳ ହୋଇଛି । ଆଗକୁ ମଧ୍ୟ କମିସନରେଟ୍ ପୋଲିସ ସହିତ ଏସଟିଏଫ ଏହି ବେପାରୀମାନଙ୍କୁ ଗିରଫ କରିବାରେ ତାର ଅଭିଯାନ ଜାରି ରଖିବ ବୋଲି ପୋଲିସ ଡିଜି କହିଛନ୍ତି ।

   Related Posts