୨୦ ଗ୍ରାମ୍ ବ୍ରାଉନ୍‌ସୁଗାର ଜବତ, ୨ ଗିରଫ

Published By : Prameya-News7 Bureau | June 23, 2020 IST

ଭଦ୍ରକ ୨୩।୬: ପୁଣି ଧରାହେଲା ବ୍ରାଉନସୁଗାର ବା ହେରୋଇନ ଚୋରାରେ ବିକ୍ରି ବେଳେ ଧରିଲା ଅବକାରୀ ବିଭାଗ । ଗୋଟିଏ ବାଇକ୍ ସହ ୨ ଜଣ ଗିରଫ ହୋଇଛନ୍ତି । ଭଦ୍ରକ ଅବକାରୀ ବିଭାଗ ଗିରଫ କରିଛି ।

ସୂଚନା ଅନୁଯାୟୀ ଗିରଫ ଦୁଇଜଣ ବହୁଦିନ ହେଲା ବ୍ରାଉନସୁଗାର ବିକ୍ରି କରୁଥିଲା । ଏନେଇ ଭଦ୍ରକ ଅବକାରୀ ବିଭାଗର ସଦର ସବଇନ୍ସପେକ୍ଟର ସନ୍ତୋଷ କୁମାର ବଳଙ୍କ ନେତୃତ୍ବରେ ଚଢାଉ କରାଯାଇଥିଲା । ଦୀର୍ଘଦିନର ଚୋରା ବେପାର ପରେ ଭଦ୍ରକ ବନ୍ତ ଛକ ନିକଟରେ ଦୁଇଜଣ ବାଇକରେ ଯାଉଥିବା ବେଳେ ଅବକାରୀ ଟିମ୍ ହାବୁଡରେ ପଡିଥିଲେ । ସେମାନଙ୍କ ନିକଟରୁ ୨୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିଲା । ଏକ ପଲସର ବାଇକ ଜବତ କରିବା ସହ  ସୁଜିତ ଦାସ ଓ ପ୍ରଶାନ୍ତ ବେହେରା ନାମକ ଦୁଇ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ତେବେ ବ୍ରାଉନସୁଗାର କେଉଁ ସ୍ଥାନରୁ ଆଣିଥିଲେ ସେ ନେଇ ଅବକାରୀ ବିଭାଗ ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.