Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରୀ ହତ୍ୟା ମାମଲା, SIT ତଦନ୍ତରେ ହାଇକୋର୍ଟ ସନ୍ତୁଷ୍ଟ- ବିଜେଡି
  • ||
  • ଶଙ୍ଖ ନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ, ୪ ଜଣ ହସ୍ପିଟାଲରେ ଭର୍ତ୍ତି
  • ||
  • ତାଳପଦର ବିଜୁ ସେତୁ ଭୁଶୁଡିବା ଘଟଣା: ଗ୍ରାମ୍ୟ ଉନ୍ନୟନ ବିଭାଗ ଏସ୍‌ଡିଓ ଅସିତ ପାତ୍ର ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

ଉତ୍କଳ ଗ୍ରାମୀଣ ବ୍ୟାଙ୍କରେ ଜାଲିଆତି କରି ଶାଖା ପରିଚାଳକ ଓ କ୍ୟାସିୟର ଗିରଫ

21/12/2018 at 5:18 PM

କୋକସରା ୨୧|୧୨: କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ମୋଟେରଠାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରେ ଟଙ୍କା ହଡପ ଅଭିଯୋଗରେ ଦୁଇ ଜଣ ଗିରଫ ହୋଇଛନ୍ତି । ବ୍ୟାଙ୍କରେ କାର୍ଯ୍ୟରତ ଶାଖା ପରିଚାଳକ ପ୍ରବୀଣ ରଂଜନ ଠାକୁର ଓ କ୍ୟାସିୟର ଲଲିତ ଶବର ଦୁଇଜଣ ମିଶି ବ୍ୟାଙ୍କରୁ ୧ କୋଟି ୨୩ ଲକ୍ଷ ୩୦ ହଜାର ଟଙ୍କା ହଡପ କରିଥିବା ବେଳେ ସଂପୃକ୍ତ ବ୍ୟାଙ୍କ ମ୍ୟାନେଜର ଏହି ଟଙ୍କାକୁ ନିଜ ଆକାଉଣ୍ଟରୁ ୮ ଗୋଟି ଅନ୍ୟ ଆକାଉଣ୍ଟକୁ ୧୩ଟି ପର୍ଯ୍ୟାୟରେ ଟ୍ରାନ୍ସଫର କରିଥିଲେ । ଏ ନେଇ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଆଞ୍ଚଳିକ ପରିଚାଳକ ଅସିମ ପାତ୍ର ଏନେଇ କୋକସରା ଥାନାରେ ଗତ ୧୯ ତାରିଖରେ ବ୍ୟାଙ୍କ୍ ମ୍ୟାନେଜରଙ୍କ  ନାମରେ ଏତଲା ଦେଇଥିଲେ । ଏତଲା ଦେବାପରେ ବ୍ୟାଙ୍କ ମ୍ୟାନେଜର ଓ କ୍ୟାସିୟରକୁ ପୋଲିସ ଅଟକ ରଖି ତଦନ୍ତ ପରେ ଅଧିକ ସୁଧ ପାଇଁ ସଂପୃକ୍ତ ମ୍ୟାନେଜର ପ୍ରଲୋଭନରେ ପଡି ବ୍ୟାଙ୍କର ଟଙ୍କାକୁ ବିଭିନ୍ନ କମ୍ପାନୀ ଆକାଉଣ୍ଟକୁ ପଠାଇଥିବା ସ୍ବୀକାର କରିବାର ପ୍ରମାଣ ମିଳିବା ପରେ ଦୁଇ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯିବା ନେଇ ଥାନା ଅଧିକାରୀ ଉତ୍ତମ କୁମାର ସାହୁ ସୂଚନା ଦେଇଛନ୍ତି ।

   Related Posts