ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ, ୨ ଅଭିଯୁକ୍ତ ଗିରଫ

Published By : Prameya-News7 Bureau | October 05, 2021 IST

ବାଲିଗୁଡା ୫।୧୦: କନ୍ଧମାଳ ଜିଲ୍ଲା କ.ନୂଆଗାଁ ପୋଲିସକୁ ବଡ ସଫଳତା । ପାଟ୍ରୋଲିଂ ବେଳେ ପୋଲିସ ୫୦ କିଲୋଗ୍ରାମ ଗଞ୍ଜେଇ ସହ ୨ ଜଣକୁ ଗିରଫ କରିଛି । ଯାହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ପୋଲିସ କହିଛି । ନନ୍ଦମାହା ଗ୍ରାମର ଦୁଇ ଜଣ ବ୍ୟକ୍ତି ଗଞ୍ଜେଇ ଚାଲାଣ କରୁଥିବା ବେଳେ ପୋଲିସ ହାବୁଡ଼ରେ ପଡି ଯାଇଥିଲେ ।

{"id":522547,"sizeSlug":"full","linkDestination":"none"}

ଗିରଫ ଚାଲାଣକାରୀ ହେଲେ ନନ୍ଦମାହା ଗ୍ରାମର ଖଗେଶ୍ବର କହଁର ଓ ବାସୁଦେବ କହଁର । ଏନେଇ କ.ନୂଆଗାଁ ଥାନାରେ NDPS ACT ରେ ମାମଲା ରୁଜୁ ହୋଇଛି ଏସଆଇ ପିକେ ବେହେରା ମାମଲାକୁ ପରିଚାଳନା କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.