ବଲାଙ୍ଗିରରେ ନ୍ୟୁଜ୍‌ପେପର ସର୍କୁଲେସନ ମ୍ୟାନେଜରଙ୍କୁ ବୀଭତ୍ସ ହତ୍ୟା : ୨ ଗିରଫ, ଜଣେ ଅଟକ

Published By : Prameya-News7 Bureau | January 29, 2019 IST

ବଲାଙ୍ଗିର ୨୯|୧: ବଲାଙ୍ଗିରରେ ବୀଭତ୍ସ ହତ୍ୟା । ଏକ ଦୈନିକ ଖବର କାଗଜର  ସର୍କୁଲେସନ ମ୍ୟାନେଜରଙ୍କୁ ଜୀବନରୁ ମାରିଦେଇଛନ୍ତି ଡକାୟତମାନେ । ମୃତକ ହେଲେ ପ୍ରତାପ ମହାପାତ୍ର । ଘଟଣାରେ ୨ ଜଣଙ୍କୁ ଗିରଫ ସହ ଜଣଙ୍କୁ ଅଟକ ରଖିଛି ଆଦର୍ଶ ଥାନା ପୋଲିସ ।

{"id":79468}

ଏ ଭିଜୁଆଲ୍ ଏତେ ବୀଭତ୍ସ ଯେ ଆମେ ଆପଣଙ୍କୁ ବ୍ଲର କରି ଦେଖାଇବାକୁ ବାଧ୍ୟ । ପେଟରୁ ବାହାରି ଆସିଛି ମାଂସ । ଛାତି ବି ଚିରି ଯାଇଛି ।ସାରା ଶରୀରରେ କ୍ଷତ ଚିହ୍ନ । ଏଇଥିରୁ ଜଣାପଡୁଛି କେତେ ନିର୍ମମ ଭାବେ ହତ୍ୟା କରାଯାଇଛି ।

{"id":79469}

ବଲାଙ୍ଗିରରେ ଗତ ରାତିରେ ଘଟିଛି ଏହି ବୀଭତ୍ସ ହତ୍ୟା । ଏକ ଗଣମାଧ୍ୟମ ସଂସ୍ଥାର  ସର୍କୁଲେସନ ମ୍ୟାନେଜର ଥିବା ପ୍ରତାପ ମହାପାତ୍ରଙ୍କୁ ଜୀବନରୁ ମାରିଦେଇଛନ୍ତି ଡକାୟତମାନେ । ଗତକାଲି ରାତିରେ ପ୍ରତାପ ଅଫିସରୁ ଫେରିବା ବେଳେ ପଡିଯାଇଥିଲେ ନିଶାଶାକ୍ତ ଲୁଟେରାଙ୍କ ହାବୁଡ଼ରେ । ଲୁଟ୍ ପାଟ୍ ସହ କିଛି ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଷ୍ଟେସନ ରାସ୍ତା ମହାଲକ୍ଷ୍ମୀନଗର ପୋଲ ନିକଟରେ ପ୍ରତାପଙ୍କୁ ଛାଡ଼ିଦେଇଗଲେ ଦୁର୍ବୃତ୍ତ । ଖବର ପାଇ ପୋଲିସ ପ୍ରତାପଙ୍କୁ ଡାକ୍ତରଖାନା ଆଣିଥିଲେ ବି ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା ।

{"id":79470}

ଅଫିସର ଟଙ୍କା କଲେକସନ କରି ସୋନପୁରରୁ ବଲାଙ୍ଗିର ଫେରୁଥିଲେ  ପ୍ରତାପ । ବସ୍ ରୁ ଓହ୍ଲାଇବା ପରେ ତେଲିଗୋଠ ପଡ଼ା ଛକ ନିକଟରେ ତାଙ୍କୁ ଅଟକାଇଥିଲେ ଦୁର୍ବୃତ୍ତ ।ଘଟଣାରେ ୨ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ୨ ଜଣ ହେଲେ ତୋଲିଗୋଠ ପଡ଼ାର ସ୍ବାଧୀନ ମେହେର ଏବଂ ହାତୀପଡ଼ାର ତପନ ନାୟକ । ଘଟଣାରେ ତୁଫାନ ନାଗ ନାମକ ଜଣେ ଯୁବକକୁ ଅଟକ ରଖିଛି ପୋଲିସ ।ମୃତ ଦେହ ବ୍ୟବଚ୍ଛେଦ ପରେ ପ୍ରତାପଙ୍କ ପରିବାରବର୍ଗକୁ ହସ୍ତାନ୍ତର କରାଯାଇଛି । 

{"id":79471}

ନିଶା ପାଇଁ ବଲାଙ୍ଗିରରେ ବଢ଼ୁଛି ଅପରାଧ । ତେଣୁ ଡେରିରେ ହେଲେବି ଚେତା ପଶିଛି ପୋଲିସର । ତେଣୁ ନିଶା କାରବାର ରୋକିବା ପାଇଁ ଆଜି ଠାରୁ ଏକ ସ୍ବତନ୍ତ୍ର ଟିମ୍ ଗଠନ କରିଛନ୍ତି ଏସପି ।        

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.