ଠେଙ୍ଗାମାଡରେ ଦେଢ ବର୍ଷର ଶିଶୁ ମୃତ୍ୟୁ ଘଟଣା : ଅଭିଯୁକ୍ତ ବଡ ବାପା ଓ ବଡ ମା’ ଗିରଫ

Published By : Prameya-News7 Bureau | January 29, 2021 IST

ବାଲେଶ୍ବର ୨୯।୧: ଠେଙ୍ଗା ପାହାରରେ ଝିଆରୀର ମୃତ ଘଟଣାରେ ଗିରଫ ହେଲେ ଦମ୍ପତ୍ତି । ସଦର ଥାନା ପୋଲିସ ଗୁରୁବାର ଉଭୟଙ୍କୁ ଗିରଫ କରିଛି । ଗିରଫ ଦମ୍ପତ୍ତି ହେଲେ ବାବୁ ନାୟକ ଓ ଲତା ନାୟକ ।

ସୂଚନାଯୋଗ୍ୟ ଯେ, ପାରିବାରିକ କଳହକୁ ନେଇ ଭାଇବୋହୂ ଲକ୍ଷ୍ମୀ ନାୟକଙ୍କ ସହ ବାବୁ ଓ ତାଙ୍କ ପତ୍ନୀ ଲତାଙ୍କର ଗତ ରବିବାର ଦିନ ଝଗଡା ହୋଇଥିଲା । ବାବୁ ଉତ୍ତ୍ୟକ୍ତ ‌ହୋଇ ଠେଙ୍ଗାରେ ଭାଇବୋହୂ ସଞ୍ଜୁଙ୍କୁ ପିଟିଥିଲେ । ଠେଙ୍ଗା ପାହାର ସଞ୍ଜୁଙ୍କ ସହ ଥିବା ଦେଢ ବର୍ଷର ଝିଅ ଲକ୍ଷ୍ମୀଙ୍କ ଦେହରେ ବାଜିଥିଲା। ଫଳରେ ଝିଅଟି ସେହିଠାରେ ହିଁ ଟଳିପଡିଥିଲା । ପରିବାରଲୋକ ତୁରନ୍ତ ତାଙ୍କୁ ଚିକିତ୍ସା ପାଇଁ ବଡ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବରପାଇ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ପ୍ରଥମେ ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରିଥିବା ବେଳେ ପରବର୍ତ୍ତୀ ସମୟରେ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲା । ଗୁରୁବାର ଉଭୟ ବଡବାପା ଓ ବଡମାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.