ମଦ ଭାଟିରୁ ଚାନ୍ଦା ମାଗି ବନ୍ଧାହେଲେ ୨ ଜଣ

Published By : Prameya-News7 Bureau | July 10, 2021 IST

ଲକ୍ଷ୍ମୀପୁର ୧୦।୭: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ୍ କାକିରିଗୁମ୍ମା ଥାନା ଅଞ୍ଚଳରେ ଦିନକୁ ଦିନ ଅପରାଧ ବୃଦ୍ଧି ପାଇବାରେ ଲାଗିଛି। ଦାମନଯୋଡି ରାସ୍ତା କଡରେ ଥିବା ଏକ ଭାଟିରେ ଚାନ୍ଦା ଆଦାୟ କରୁଥିବା ଅଭିଯୋଗରେ ଦୁଇ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

ସୂଚନାଯୋଗ୍ୟ ଯେ, କାକିରିଗୁମ୍ମା ସ୍ଥିତ ସରକାରୀ ସ୍ଵୀକୃତିପ୍ରାପ୍ତ ମଦ ଭାଟିରେ ଶୁକ୍ରବାର ଦିନ କାକିରିଗୁମ୍ମାର ଶିବ ହିଆଲ୍ ଓ ବଡ ନେର୍କା ଗ୍ରାମର କୃଷ୍ଣ ମହାନନ୍ଦିଆ ଦୁହେଁ ମଦ ଭାଟିକୁ ଯାଇ ଚାନ୍ଦା ମାଗିଥିଲେ। ଭାଟି ମାଲିକ ଚାନ୍ଦା ନଦେବାରୁ ସେଠାରେ ଭଙ୍ଗାରୁଜା କରିଥିଲେ। ପରେ ଭାଟି ମାଲିକଙ୍କ ଅଭିଯୋଗକ୍ରମେ ଦୁହିଁଙ୍କୁ କାକିରିଗୁମ୍ମା ପୋଲିସ ଗିରଫ କରି କେସ୍ ନମ୍ବର ୬୩/୨୧ରେ ଏକ ମାମଲା ରୁଜୁ କରି ଅଣ୍ଡର ସେକ୍ସନ୍ ୨୯୪/୩୨୩/୩୮୫/୪୨୭/୪୨୭/୪୫୨/୫୦୬/୩୪ ଆଇପିସି ଧାରାରେ ଶନିବାର ଦୁହିଁଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଉଲ୍ଲାସ କୁମାର ରାଉତ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.