STF ପଞ୍ଝାରେ ବନ୍ଧୁକ ସପ୍ଲାୟର ଓ ଡିଲର, ରାଜ୍ୟ ତଥା ରାଜ୍ୟ ବାହାରେ ହେଉଥିଲା ଡିଲ୍
10/02/2020 at 2:46 PM

ଭୁବନେଶ୍ବର ୧୦।୨: ଏସଟିଏଫ ପଞ୍ଝାରେ ପଡିଲେ ବନ୍ଧୁକ ବେପାରୀ । ସପ୍ଲାୟର ଓ ଡିଲର ଉଭୟଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ । ଗିରଫ ବନ୍ଧୁକ ବେପାରୀ ହେଲେ ଝାଡଖଣ୍ଡ ଅଞ୍ଚଳର ସାନୁ ପୋଦାର । ତା ନିକଟରୁ ୭.୬୫ଏମଏମର ୩ଟି ବନ୍ଧୁକ, ୨୨ ରାଉଣ୍ଡ ଗୁଳି, ୫ଟି ମାଗାଜିନ ଜବତ ହୋଇଛି ।
ଗିରଫ ଅଭିଯୁକ୍ତ ସାନୁ ରାଜ୍ୟ ତଥା ରାଜ୍ୟ ବାହାରେ ବନ୍ଧୁକ ସପ୍ଲାଏ କରୁଥିବା ଜଣାପଡିଛି । ଭୁବନେଶ୍ବର ସୁରେଶ କୁମାର ପାଣିଗ୍ରାହୀଙ୍କୁ ମଧ୍ୟ ସେ ବନ୍ଧୁକ ଯୋଗାଉ ଥିଲା । ତାଙ୍କୁ ମଧ୍ୟ ଗିରଫ କରାଯାଇଛି । ଏସଟିଏଫ ଥାନା କେଶ୍ ନଂ ୧୩ରେ ମାମଲା ରୁଜୁ କରି ଏସଟିଏଫ ତଦନ୍ତ କରୁଛି । ଗିରଫ ଦୁଇ ଜଣଙ୍କୁ ଭୁବନେଶ୍ବର ଏସଡିଜେଏମ କୋର୍ଟରେ ହାଜର କରାଯାଇଥିଲା ।
ଘଟଣାରେ ଅନ୍ୟ କାହାର ସଂପୃକ୍ତି ରହିଛି ତାର ତଦନ୍ତ ଜାରି ରଖିଛି ଏଟିଏଫ । ଏହି ଆନ୍ତଃରାଜ୍ୟ ରାକେଟ୍ ରେ ଆଉ କେଉଁ କେଉଁମାନେ ଅଛନ୍ତି ତାର ମଧ୍ୟ ତଦନ୍ତ ଜାରି ରହିଛି ।