ସମ୍ବଲପୁର: ଫେକ୍‌ ଓ୍ବେବ୍ ସାଇଟ୍ ତିଆରି ଘଟଣାରେ ୨ ଜଣ ଗିରଫ

Published By : Prameya-News7 Bureau | November 11, 2020 IST

ସମ୍ବଲପୁର୧୧/୧୧: ଓ୍ବେସ୍କୋ ନାଁରେ ଫେକ୍ ଓ୍ବେବ ସାଇଟ ତିଆରି ଠକିବା ଘଟଣାରେ ୨ଜଣ ଗିରଫ| ୨ ଜଣଙ୍କୁ ଗିରଫ କରିଛି ସମ୍ବଲପୁର ସାଇବର ଥାନା ପୋଲିସ| ଅଭିଯୁକ୍ତ ୨ ଜଣ ହେଲେ ରାଉରକେଲାର ସୁନିଲ କୁମାର ମିଶ୍ର ଓ ଅରୋ ତାପସ ମହାପାତ୍ର| ଅଭିଯୁକ୍ତମାନେ ଓ୍ବେସ୍କୋ ୟୁଟିଲିଟି ନାଁରେ ଫେକ୍ ଓ୍ବେବ ସାଇଟ କରି ନିଯୁକ୍ତି ଦେବା ବାହାନାରେ ଲୋକଙ୍କୁ ଠକୁଥିଲେ|

ତେବେ ଏ ନେଇ ସାଇବର ଥାନାରେ ମାମଲା ହେବା ପରେ ଏହାର ତଦନ୍ତ କରି ସାଇବର ପୋଲିସ ୨ଜଣଙ୍କୁ ଗିରଫ କରିଛି| ନିଯୁକ୍ତି ନାଁରେ ଏହି ଓ୍ବେବସାଇଟ ଜରିଆରେ ବିଜ୍ଞାପନ ବାହାର କରିଥିଲେ| ଏହା ସହ ନିଯୁକ୍ତ ବାବାଦକୁ ଅନଲାଇନ୍ ଫି ନେଉଥିଲେ| ତେବେ ଏହି ଘଟଣା ଜାଣିବା ପରେ ଓ୍ବେସ୍କୋ ୟୁଟିଲିଟି ଡିଜିଏମ୍ ଜୁଲାଇ ୨୭ ତାରିଖରେ ସାଇବର ଥାନାରେ ଏତଲା ଦେଲା ପରେ ତଦନ୍ତ ଆରମ୍ଭ ହୋଇଥିଲା|

ତେବେ ଓ୍ବୋସ୍କୋର ଅଫିସିଆଲ ଓ୍ବେବସାଇଟ www. wescoodisha.com ଥିବାବେଳେ ଏମାନେ ସମାନ ହୋମ୍ ପେଜ୍ ତଥା ଗେଟ ଓ୍ବେ ଡିଜାଇନ କରି www.wescoodisha.co.in ନାଁରେ ନକଲି ଓ୍ବେବସାଇଟ ତିଆରି କରିଥିଲେ | ଫଲରେ ପୋଲିସ ଏମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ଏମାନଙ୍କ ନାଁରେ ଆଇପିସିର ଧାରା 419/420/465/467/468/479/471/201/120(B) IPC/ 66-C/66-D IT Act ଲଗାଇଛି ପୋଲିସ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.