୧୧୨ ଗ୍ରାମ୍ ବ୍ରାଉନସୁଗାର ଜବତ, ୨ ଗିରଫ : ଜଳେଶ୍ବର ଲିଙ୍କ୍ ନେଇ ଖୋଳତାଡ

Published By : Prameya-News7 Bureau | June 23, 2021 IST

ଭଦ୍ରକ ୨୩।୬: ବ୍ରାଉନସୁଗାର ବେପାରର ଚରା ଭୂଇଁ ପାଲଟିଲାଣି ଭଦ୍ରକ । ବେଧଡକ ଭାବେ ଚାଲିଛି ଚୋରାରେ ବ୍ରାଉନସୁଗାର ବେପାର ଓ ଚାଲାଣ । ଏମିତି ଚୋରାରେ ବ୍ରାଉନସୁଗାର ବେପାର ବେଳେ ପୋଲିସ ବେପାରୀଙ୍କୁ କାବୁ କରିଛି ।

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ଆଗରପଡା ଅଞ୍ଚଳର ଦୁଇ ଜଣ ଯୁବକ ଜଳେଶ୍ବରରୁ ବ୍ରାଉନସୁଗାର ନେଇ ନିଜ ଗାଁ ଅଞ୍ଚଳରେ ବେପାର ପାଇଁ ଯାଉଥିବା ବେଳେ ପୋଲିସ ହାବୁଡ଼ରେ ପଡିଛନ୍ତି । ଭଦ୍ରକ ଟାଉନ ପୋଲିସ ଖବର ପାଇଁ ୧୬ ନମ୍ବର ଜାତୀୟ ରାଜପଥର ମୋଟେଲ ଛକ ନିକଟରେ ବାଇକ ଅଟକାଇ ଚେକିଂ କରିଥିଲା । ଚେକିଂ ସମୟରେ ଉଭୟଙ୍କ ନିକଟରୁ ୧୧୨ ଗ୍ରାମର ବ୍ରାଉନସୁଗାର ଜବତ ହୋଇଛି । ପଚରାଉଚରା ବେଳେ ସେମାନେ ଜଳେଶ୍ବରରୁ ବ୍ରାଉନସୁଗାର ଆଣୁଥିବା ପୋଲିସକୁ ସୂଚନା ଦେଇଛନ୍ତି । ତେବେ ସେମାନଙ୍କ ନିକଟରୁ ୨ଟି ମୋବାଇଲ ସହ ବାଇକ୍ ମଧ୍ୟ ଜବତ ହୋଇଛି । ଜବତ ବ୍ରାଉନସୁଗାରର ମୂଲ୍ୟ ୧୦ରୁ ୧୫ଲକ୍ଷ ଟଙ୍କା ହେବ ବୋଲି ଭଦ୍ରକ ଏସଡ଼ିପିଓ ସାର୍ଥକ ରାୟ ସୂଚନା ଦେଇଛନ୍ତି । ତେବେ ଜଳେଶ୍ବର ଲିଙ୍କ୍ ବିଷୟରେ ପୋଲିସ ତଦନ୍ତ ଜାରି ରଖିଥିବା ସୂଚନା ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.